ବୈଦିକ ପଣ୍ଡିତ ସ୍ବର୍ଗତ ଶରତ କୁମାର ଦାଶଙ୍କ ସ୍ମୃତି ଚାରଣ ସଭା।

0 186

ତିର୍ତ୍ତୋଲ,୧୩/୦୧(ପିପିଟି); ଗୋପାଳପୁର ଗ୍ରାମର ବିଶିଷ୍ଟ ବୈଦିକ ପଣ୍ଡିତ ସ୍ଵର୍ଗତ ଶରତ କୁମାର ଦାଶଙ୍କ ଦ୍ଵାଦଶାହ ତିଥିରେ ତାଙ୍କ ସ୍ମୃତି ଚାରଣ ସଭା ଓ କବି ସମ୍ମିଳନୀକୁ ବିଶିଷ୍ଟ ଶିକ୍ଷାବିତ୍ ତଥା ପଣ୍ଡିତ ମହାଶୟଙ୍କ କନିଷ୍ଠ ଭ୍ରାତା ବୈଷ୍ଣବ ଚରଣ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଫଟୋ ଚିତ୍ରରେ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ନଵକାକଳି ପତ୍ରିକାର ସଂପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ବିଶିଷ୍ଟ ପ୍ରଵଚକ ସୁରେନ୍ଦ୍ର ନାଥ ଦାଶ, ସମାଜସେବୀ ବେଣୁଧର ଶତପଥୀ, ପାର୍ବତୀ ଦାଶ, ରାଜନୀତିଜ୍ଞ ଅଶ୍ଵିନୀ କୁମାର ଦାସ, ସୁବାସ ଚନ୍ଦ୍ର ଶତପଥୀ, ଶଶୀଭୂଷଣ ଷଡ଼ଙ୍ଗୀ ଏବଂ ଶିକ୍ଷାବିତ୍ ନିରଂଜନ ପଣ୍ଡା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ପଣ୍ଡିତ ସ୍ଵର୍ଗତ ଶରତ କୁମାର ଦାଶଙ୍କ ସ୍ମୃତି ଚାରଣ କରି ସେ ଏକ ଅମଳିନ ଦୀପଶିଖା ବୋଲି ବର୍ଣ୍ଣନା କରିଥିଲେ ।
ଡ଼. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସଂଯୋଜନାରେ କୃଷ୍ଣଚନ୍ଦ୍ର ନନ୍ଦ, ଶାନ୍ତନୁ କୁମାର ଷଡଙ୍ଗୀ, ସତ୍ୟବ୍ରତ ତ୍ରିପାଠୀ, ପ୍ରଦୀପ କୁମାର ପାଳ, କୃଷ୍ଣଚନ୍ଦ୍ର ଦାଶ, ଇପ୍ସିତା ଦାଶ,ମାତୃପ୍ରସାଦ ଶତ୍ରୁଜିତ୍, ମନୋରମା ଦାଶ, କେଦାର ଦାସ, ବେଣୁଧର ବେହେରା ପ୍ରମୁଖଙ୍କୁ ଅତିଥି ଗଣ ମାନପତ୍ର ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସ୍ଵର୍ଗତ ଦାଶଙ୍କ ଜ୍ୟେଷ୍ଠ ପୁତ୍ର ଅଜୟ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀ ପରିଚାଳନାରେ ବିଜୟ କେତନ ଦାଶ,ତନ୍ମୟ ପ୍ରସାଦ ଦାଶ ଓ ଅମିୟ ପ୍ରସାଦ ଦାଶ ପ୍ରମୁଖ ଭୂମିକା ନେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.