ବେଲେଶ୍ୱର ପୀଠରେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ।

0 236

ଭଞ୍ଜନଗର,୧୩/୦୩(ପିପିଟି): ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ବିଡେକା ଆନୁକୂଲ୍ୟରେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୃତି ନ୍ୟାସ ତରଫରୁ ଘରେ ଘରେ ବେଦ ପହଞ୍ଚେଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟରେ ସୃତିନ୍ୟାସର ଅଧ୍ୟକ୍ଷ ତଥା ଲୋକପ୍ରିୟ ପ୍ରବକ୍ତା ସ୍ୱାମୀ ସୁଦ୍ଧାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ। ପ୍ରଥମେ ବିଡେକା ଦ୍ୱାରା ପ୍ରସ୍ତୁତ ଆଧ୍ୟାତ୍ମିକ ପାଠ୍ୟ ପୁସ୍ତକର ଏକ ଗ୍ରନ୍ଥାଗାରକୁ ସ୍ୱାମୀଜୀ ଉଦ୍‌ଘାଟନ କରିଥିଲେ।ଏହାପରେ ଯଜ୍ଞ,ଭଜନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବିଦ୍ୟାକୁ ଦୂରେଇ ବିଦ୍ୟା ଗ୍ରହଣ କରିବା ଦ୍ୱାରା ଜୀବନର ଲକ୍ଷ ପୂରଣ ହେବ।ମୋକ୍ଷ ପ୍ରାପ୍ତି ପାଇଁ ପୁଣ୍ୟ ଅର୍ଜନ କରିବା। ମନୁଷ୍ୟ ଜୀବନର ସଫଳତା ପାଇଁ ପଞ୍ଚ ମହାଯଜ୍ଞ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦୟା,ଦାନ,ପୁଣ୍ୟ ସେବା,ଅତିଥିଙ୍କୁ ସମ୍ମାନ ଭଳି କାର୍ଯ୍ୟ କରିବା ପାଇଁ ସ୍ୱାମୀଜୀ ଗୁରୁମନ୍ତ୍ର ଦେଇଥିଲେ।ଏଥିରେ ବେଦ ପ୍ରଚାର ସମିତିର ନାରାୟଣ ପଣ୍ଡା,ସନ୍ତୋଷ କୁମାର ଗୌଡ଼,ପ୍ରମୋଦ କୁମାର ମହାନ୍ତି, ଟୁନା ଜେନା, ଗୋପବନ୍ଧୁ ସାହୁ, ରାକେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ବିଡେକାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଗୁରୁ କୃପା ଲାଭ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.