ବେଲଘାଇର ପୁନୋରୁଦ୍ଧାର ଦାବିରେ ଚାଷୀଙ୍କ ସ୍ମାରକପତ୍ର ।

0 365

ବ୍ରହ୍ମପୁର,୧୯/୧୧(ପିପିଟି); ଦିଗପହଣ୍ଡୀ ବ୍ଳକର ବେଲଘାଇ କ୍ଖୁଦ୍ର ଜଳସେଚନ ପ୍ରକଳ୍ପର ପୁନୋରୁଦ୍ଧାର ଓ ଜବରଦଖଲ ମୁକ୍ତ କରିବା ଦାବିରେ କୋଟିନଡା, ସିଦ୍ଧେଶ୍ଵର ଓ ବାସୁଦେବପୁର ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ଚାଷୀମାନେ ଆଜି ସ୍ଥାନୀୟ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ସମ୍ମିଳିତ ହୋଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଭଗବାନ ବିଷୋୟୀ, ହରି ବିଷୋୟୀ, ନେହେରୁ ବିଷୋୟୀ, ମୁଷା ବେହେରା, ଲଡୁ କିଶୋର ଡାକୁଆ, ନାରାୟଣ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ, ଧୋବା ଗୌଡ, ସନ୍ତୋଷ ଗୌଡ, ବୁଲୁ ପାତ୍ର ଏବଂ ଏଆଇକେଏମଏସ ର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ଵଳିତ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.