ବେଲଗୁଣ୍ଠା,୨୮/୦୯(ପିପିଟି):ଆଜି ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ସେବା ସମବାୟ ସମିତିର ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ପରିଚାଳନା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ କୃଷି ଋଣ, ସାର ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ସହ ଏହି ସମବାୟ ସମିତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ମହାପାତ୍ର, ଆସିକା ସମବାୟ କୋ-ଅପରେଟିଭ୍ ବ୍ୟାଙ୍କ୍ ପରିଚାଳକ ସାର୍ଥକ ପାଢୀ,ସମବାୟ ସମିତି ଉପସଭାପତି ମମତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ କ୍ରିଷ୍ଣା କୁମାର ଡାକୁଆ ପୂର୍ବ ବିବରଣୀ ପାଠ କରିବା ସହ ବିଭିନ୍ନ ସମସ୍ୟାକୁ ପରିଚାଳନା ବୋର୍ଡ୍ ଆଗରେ ଉପସ୍ଥାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଏନ୍ଏସି ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ପାତ୍ର, ଆସିକା କୋ-ଅପରେଟିଭ୍ ବ୍ୟାଙ୍କ୍ ର ପୂର୍ବତନ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ବିନ୍ଧାଣିରା,ନିର୍ଦ୍ଦେଶକ ଏ ମନୋଜ ପାତ୍ର, ରାଧାକୃଷ୍ଣ ସ୍ୱାଇଁ, ପ୍ରଭାକର ଜେନାଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଆଜି ସେବା ସମବାୟ ସମିତି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିପରି ଏହାର ସମାଧାନ ହୋଇ ପାରିବ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପରିଶେଷରେ ସମ୍ପାଦକ କ୍ରିଷ୍ଣା କୁମାର ଡାକୁଆ ଧନ୍ୟବାଦ ଜ୍ଞାପନ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )