ବେଲଗୁଣ୍ଠା ରେ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ।

0 244

ବେଲଗୁଣ୍ଠା,୦୨/୦୭(ପିପିଟି): ଶୁକ୍ରବାର ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବେଲଗୁଣ୍ଠା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଟଣା କାର୍ଯ୍ୟ ସମାପନ ହୋଇଛି । ବେଲଗୁଣ୍ଠାର
ପେଣ୍ଠ ସାହି, ବାଲିଡି ସାହି ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ପେଣ୍ଠ ସାହିରେ ପୁରୋହିତ ରାଧାମୋହନ ଦାସ, ଶ୍ୟାମସୁନ୍ଦର ପଣ୍ଡାଙ୍କ ତତ୍ତ୍ୱାବଧାନରେ ରୀତିନୀତି ସମ୍ପନ୍ନ ହୋଇଥିବା ବେଳେ ବାଲିଡି ସାହିରେ ପୁରୋହିତ ସନ୍ତୋଷ ପଣ୍ଡାଙ୍କ ପୌରୋହିତ୍ୟରେ ରୀତିନୀତି ଏବଂ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ଗୋବର କଣ୍ଢେଇ ଚିତ୍ରଶିଳ୍ପୀ ମାନେ ନିଜ ନିଜ କଳା ପ୍ରଦର୍ଶନ କରି ଗୋବର ଓ ମାଟି ମିଶ୍ରିତ ସୁନ୍ଦରସୁନ୍ଦର କଣ୍ଢେଇ ପ୍ରସ୍ତୁତ କରି ବିକ୍ରୀ କରୁଥିବା ଦେଖା ଯାଇଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ପ୍ରଚେଷ୍ଟାରେ ଚିତ୍ର ବିଚିତ୍ର ହୋଇଥିବା ବଡ଼ଦାଣ୍ଡଟି ଶୋଭାକୁ ଦ୍ଵିଗୁଣିତ କରିଥିଲା । କାର୍ଯ୍ୟକ୍ରମ ଉଭୟ ପେଣ୍ଠ ଓ ବାଲିଡି ସାହିରେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ୍ ରାକେଶ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, କାଉନସିଲର୍ ଦିବ୍ୟରଞ୍ଜନ ଦାଶ୍ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ତିଲାଉ ଥିବା ବେଳେ ରଥ ଟଣାରେ ମଧ୍ୟ ସହଯୋଗ କରିଥିଲେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଶୃଙ୍ଖଳା ରକ୍ଷା କରିଥିଲେ । ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସତ୍ତ୍ୱେ ଘୋଷଯାତ୍ରା ଅନୁଷ୍ଠିତ ହେଉଥିଲା ଦୁଇ ବର୍ଷ ପରେ ପ୍ରଭୁଙ୍କୁ ରଥ ଉପରେ ପାଇ ଭକ୍ତମାନେ ବିଭୋର ହେଉଥିବା ପରିଲକ୍ଷିତ ହୋଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.