ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ବିଜ୍ଞାନ ପାସ୍ ହାର ୯୧ ପ୍ରତିଶତ ।

0 332

ବେଲଗୁଣ୍ଠା,୧୨/୦୮(ପିପିଟି); ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା ଫଳ । ବେଲଗୁଣ୍ଠା ଜଗନ୍ନାଥ ବିହାର ସ୍ଥିତ ମହିଳା ବିଜ୍ଞାନ ମହାବିଦ୍ୟାଳୟରେ ପାସ୍ ହାର ଶତକଡା ୯୧ ପ୍ରତିଶତ ରହିଛି ।ମହାବିଦ୍ୟାଳୟରେ ମୋଟ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୧୨ ଜଣ ଛାତ୍ରୀ ପଢ଼ୁଥିବା ବେଳେ ତନ୍ମଧ୍ୟରୁ ୧୧ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେଥିରେ ୨ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀ,୩ ଜଣ ଛାତ୍ରୀ ଦ୍ୱିତୀୟ ଶ୍ରେଣୀ ଏବଂ ୬ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ କେବଳ ଜଣେ ଛାତ୍ରୀ ଫେଲ୍ ହୋଇଥିବା ଜଣାପଡିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କେ.ରାଜେନ୍ଦ୍ର ନାରାୟଣ ଆୟେଙ୍ଗାର ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କଲେଜର ବିଜ୍ଞାନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।କଲେଜର ବିଜ୍ଞାନ ବିଭାଗରେ ଛାତ୍ରୀମାନଙ୍କୁ ନାମଲେଖାଇବା ପାଇଁ ବେଲଗୁଣ୍ଠା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।କଲେଜର ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉତ୍ତମ ଶିକ୍ଷାଦାନ ଫଳରେ ଏହା ସମ୍ଭବ ହୋଇପାରିଛି ଏବଂ ଆଗାମୀ ଦିନରେ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଭଲ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ଆୟେଙ୍ଗାର ପ୍ରକାଶ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.