ବେଲଗୁଣ୍ଠା,୨୩/୦୭(ପିପିଟି); ଛାତ୍ର ବିଜୁଜନତା ଦଳ ଡ଼ିଜିଟାଲ ସେକ୍ରେଟେରୀ ପଦବୀ ନିମନ୍ତେ ବେଲଗୁଣ୍ଠା ସହର ପାଇଁ ଯୁବ ସଂଗଠକ ଶିବ ପ୍ରସାଦ ମହାପାତ୍ର (ମଣ୍ଟୁ) ଓ ବ୍ଳକ୍ ପାଇଁ ଯୁବ ସଂଗଠକ ବିଭୁପାଦ ଜେନା (ଲିଟୂ )ଙ୍କୁ ଡ଼ିଜିଟାଲ ସମ୍ପାଦକ ରୂପେ ମନୋନୀତ କରାଯାଇଛି । ପୂର୍ବରୁ ଶିବ ପ୍ରସାଦ ବେଲଗୁଣ୍ଠା ଏନ୍ଏସିର ଛାତ୍ର ବିଜେଡ଼ି ସଭାପତି ରହିଥିବା ବେଳେ ବିଭୁପାଦ ବେଲଗୁଣ୍ଠା ବ୍ଳକ୍ ର ବିଜେଡ଼ି ଗଣମାଧ୍ୟମ ସଂଯୋଜକ ଭାବେ ନିଯୁ୍କ୍ତି ପାଇଛନ୍ତି । ନୂତନ ଡ଼ିଜିଟାଲ ସମ୍ପାଦକ ପଦ ପାଇବା ପରେ ଉଭୟେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଳା ବିଜେଡି ସଭାପତି, ବିଜୁ ଯୁବ ଜନତା ଦଳର ସଭାପତି ଲକ୍ଷ୍ମଣ ଚୌଧୂରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଆମକୁ ଦିଆଯାଇଥିବା ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରିବୁ ବୋଲି ବିଭୂପାଦ ଓ ଶିବ ପ୍ରସାଦ ପ୍ରକାଶ କରିଛନ୍ତି । ନବ ନିଯୁକ୍ତି ପାଇଥିବା ଦୁଇ ଡ଼ିଜିଟାଲ ସମ୍ପାଦକଙ୍କୁ ବିଜୁ ଜନତା ଦଳ ନେତା ସୁଶାନ୍ତ କୁମାର ବେହେରାଙ୍କ ସମେତ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଦସ୍ୟ ହୋଇଥିବାରୁ ଉଭୟଙ୍କୁ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ସମ୍ପାଦକ ଅଶ୍ଵିନୀ କୁମାର ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )