ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ।

0 28

ବେଲଗୁଣ୍ଠା, ୨୨/୦୬(ପିପିଟି):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାରା ପ୍ରଧାନଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ଡ଼. ଗୁରୁମୂର୍ତ୍ତୀ ନାୟକ,ମୁଖ୍ୟବକ୍ତା ଭାବେ ଅଶୋକ କୁମାର ସ୍ଵାଇଁ, ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ଏବଂ ସାମ୍ବାଦିକ ଶିବରାମ ଚୌଧୂରୀ ,ରଞ୍ଜିତ୍ କୁମାର ସାମଲ୍ ପ୍ରମୁଖ ମଞ୍ଚାସୀନ ରହି ଯୋଗ ଅଭ୍ୟାସ ସମ୍ପର୍କରେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ପଚାଶରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଫଟୋ

Leave A Reply

Your email address will not be published.