ବେଲଗୁଣ୍ଠା ବିଜେପିର ମିଶ୍ରଣ ପର୍ବ ।

0 409

ବେଲଗୁଣ୍ଠା,୨୮/୦୨(ପିପିଟି); ଆଜି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ଖଇରପୁଟି ସ୍ଥିତ ମାଆ ସିଦ୍ଧେଶ୍ଵରୀ ପୀଠରେ ବେଲଗୁଣ୍ଠା ବିଜେପିର ଏକ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୁବ ବିଜେପି ସଭାପତି ପ୍ରମୋଦ ପଣ୍ଡା, ଜିଲ୍ଳା ବିଜେପି ଉପସଭାପତି ସନ୍ତୋଷ କୁମାର ଦାଶ, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ସେଠୀ, ଉପାଧ୍ୟକ୍ଷା ପିଙ୍କି ପରିଡ଼ା, ବରିଷ୍ଠ ବିଜେପି ସଂଗଠକ କେ.ରବିନ୍ଦ୍ର କୁମାର ପାତ୍ର ଏବଂ ବିଜେପି ନେତା ବସନ୍ତ କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ସମ୍ପର୍କରେ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ରଞ୍ଜନ କୁମାର ରାଉତ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଆମ୍ବପୁଆ, ଉଢୁରା, ବେଣୀପଲ୍ଲୀ ଏବଂ ପାଇଲିପଡା ପଞ୍ଚାୟତର ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ବିଜେଡ଼ି କର୍ମୀ ବିଜେଡି ଦଳ ଛାଡି ଅନୁଷ୍ଠାନିକ ଭାବେ ବିଜେପି ଦଳରେ ସାମିଲ୍ ହୋଇ ଆଗାମି ଦିନରେ ବିଜେପି ସଂଗଠନର ଊନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । ବୈଠକରେ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ବ ଦଳୀୟ କର୍ମୀଙ୍କ ସହିତ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.