ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

0 230

ବେଲଗୁଣ୍ଠା,୨୩/୦୬(ପିପିଟି):ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ କଳାକାରଙ୍କ ହିତ ସକାଶେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବରିଷ୍ଠ କଳାକାର ମହାସଂଘର କର୍ମକର୍ତ୍ତା ଏବଂ ଶତାଧିକ କଳାକାର ବେଲଗୁଣ୍ଠା ସହରରେ ଶୋଭାଯାତ୍ରା ପ୍ରଦର୍ଶନ କରିବା ସହିତ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ କଳାକାର ଭତ୍ତା ଯୋଜନାରେ ରୂପାନ୍ତର, କଳାକାର ଭତ୍ତା ତିନି ହଜାର ଟଙ୍କାକୁ ବୃଦ୍ଧି, କଳାକାରଙ୍କ ମୃତ୍ୟୁ ପରେ କଳାକାରଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ, ଉପଯୁକ୍ତ ବିଚାରକ ମଣ୍ଡଳୀ ଦ୍ୱାରା କଳାକାର ହିତାଧିକାରୀ ଚୟନ,ଲୁପ୍ତ ପାଇବାକୁ ବସିଥିବା ଲୋକ ନାଟକର ପୁନରୁଦ୍ଧାର, ଅଧିକ ଚାରୋଟି ସରକାରୀ ସଙ୍ଗୀତ ନାଟକ ମହାବିଦ୍ୟାଳୟ ସ୍ଥାପନ ସମ୍ପର୍କରେ ଦାବିପତ୍ରରେ ଊଲ୍ଲେଖ ରହିଛି ।

ରିପୋର-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.