ବେଲଗୁଣ୍ଠା ବଣିକସଂଘର ନିଷ୍ପତ୍ତି:ପାଞ୍ଚ ଦିନ ବେଲଗୁଣ୍ଠା ସହର ସଟ୍ ଡାଉନ୍ ।

0 433

ବେଲଗୁଣ୍ଠା,୨୮/୦୪(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କ୍ରମଶଃ ବଢୁଥିବା ବେଳେ ବିଭିନ୍ନ ସହରାଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । କିଛି ସହରରେ ମଧ୍ୟ କିଛି ବ୍ୟବସାୟୀ କରୋନା ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁବରଣ କରିଛନ୍ତି ।ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୬ ତାରିଖ ସଂଧ୍ୟାରେ ବେଲଗୁଣ୍ଠା ବଣିକସଂଘ, ପରିବା ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ବ୍ୟବସାୟ ଅନୁଷ୍ଠାନ ସହିତ ବେଲଗୁଣ୍ଠା ପ୍ରଶାସନିକ ଅଧିକାରୀ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଏବଂ ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ସମସ୍ତ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଥିଲେ ।ଏଥିରେ ସହରର ଗ୍ରୋସେରୀ ଦୋକାନୀ,ଉଠା ଦୋକାନୀ,ପରିବା ଦୋକାନୀ, ଚାହା ଦୋକାନୀ,ଆମିଷ ଦୋକାନୀ ପ୍ରମୁଖ ଭାଗ ନେଇ ନିଜ ନିଜ ପରାମର୍ଶ ଉପସ୍ଥାପନ କରିଥିଲେ । ଶେଷରେ ସର୍ବସମ୍ମତୀ କ୍ରମେ ମହାମାରୀ କରୋନା ଚେନ୍ କୁ ଭାଙ୍ଗିବା ଏବଂ ଜିବିକା ଜୀବନ ମଧ୍ୟରୁ ଜୀବନ ଗୁରୁତ୍ୱପୂର୍ଣ୍ଣ ଭାବି ସମସ୍ତ ଦୋକାନୀ ଏକସ୍ୱରରେ ୨୭ ତାରିଖ ରାତି ୯ ଟାରୁ ଆସନ୍ତା ୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ସେମାନଙ୍କ ବାଣିଜ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।ବେଲଗୁଣ୍ଠା ପ୍ରଶାସନ ଏ ନିଷ୍ପତ୍ତିରେ ସହମତି ପ୍ରକାଶ କରିବା ସହ ବ୍ୟବସାୟୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଶନିବାର ରବିବାର ସରକାରୀ ଭାବେ ସଟ୍ ଡାଉନ୍ ଥିବାରୁ ୨୮,୨୯,୩୦ ତାରିଖ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ବ୍ୟବସାୟୀ ମାନେ ରାଜି ହୋଇଥିଲେ । ଏହି ବନ୍ଦ ପରେ ପରିବା ବ୍ୟବସାୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ଅଲଗା ସ୍ଥାନରେ ବ୍ୟବସାୟ କରିବା ପାଇଁ ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିବା ସହ ମୁଖ୍ୟତଃ ବ୍ୟବସାୟୀ ମାନେ ଦୈନିକ ଶହ ଶହ ଲୋକଙ୍କ ଶଂସ୍ପର୍ଷରେ ଆସୁଥିବାରୁ ବିଶେଷ କରି ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଦୋକାନୀ ମାନେ ପଞ୍ଚସୁତ୍ରୀ ନିୟମ ପାଳନ କଲେ ଆମେ କରୋନା ଚେନ୍ ରେ ବ୍ରେକ୍ ଲଗାଇପାରିବା ବୋଲି ସେ ପ୍ରକାଶ କରିଥିଲେ ।ସେହିପରି ମାସ୍କ ବ୍ୟବହାର, ସାମାଜିକ ଦୁରତ୍ୱ ପାଳନ ଓ ସାନିଟାଇଜ୍ ର ବ୍ୟବହାର କରିବା ଏବଂ ସଂକ୍ରମଣ ହୋଇଥିବା ସନ୍ଦେହ ହେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନକୁ ଖବର ଦେବା ପାଇଁ ବି.ଡି.ଓ ଶଶି ଭୁଷଣ ମହାପାତ୍ର ପ୍ରକାଶ କରିଥିଲେ । ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଥିଲେ । ବେଲଗୁଣ୍ଠା ବଣିକ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ ବେଲଗୁଣ୍ଠା ଅଞ୍ଚଳକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରିବା ପାଇଁ ବଣିକସଂଘ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ବଣିକସଂଘ ଉପଦେଷ୍ଟା ଲିଙ୍ଗରାଜ ପାତ୍ର ସମସ୍ତ ବ୍ୟବସାୟୀ ମାନଙ୍କୁ ହୋମ୍ ଡେଲିଭରିକୁ ଗୁରୁତ୍ୱ ଦେଲେ ଆମେ ସଂକ୍ରମଣ କମାଇପାରିବା ବୋଲି ପରାମର୍ଶ ଦେଇଥିଲେ ଏବଂ ସମସ୍ତ ସଦସ୍ୟ ଏହାକୁ ସ୍ୱାଗତ କରିଥିଲେ । ବଣିକସଂଘ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଂଘ ଉପସଭାପତି ସନ୍ନତ କୁମାର ସୁବୁଦ୍ଧି,କୋଷାଧ୍ୟକ୍ଷ ବୁଲୁ ପାତ୍ର, ଲୁଗା ବ୍ୟବସାୟୀ ସଂଘ ସଭାପତି ଜିତେନ୍ଦ୍ର ସୁବୁଦ୍ଧି, ପରିବା ବ୍ୟବସାୟୀ ସଂଘ ସଭାପତି ବିଦେଶୀ ପ୍ରଧାନ,ପରିବା ହୋଲସେଲ୍ ବ୍ୟବସାୟୀ ରଞ୍ଜିତ ପାତ୍ର, ରାଜୁ ରାଉତ,ଚନ୍ଦନ କୁମାର ସାହୁ, ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସୁଶାନ୍ତ କୁମାର ବେହରା ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା)

Leave A Reply

Your email address will not be published.