ବେଲଗୁଣ୍ଠା ପ୍ରେସ୍ କ୍ଳବର ସାଙ୍ଗଠନିକ ବୈଠକ,କରୋନା ମହା-ଯୋଦ୍ଧା ଭାବେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି ।

0 921

ବେଲଗୁଣ୍ଠା,୨୦/୦୬(ପିପିଟି);ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଏକ ଜରୁରୀ କାଳୀନ ସାଙ୍ଗଠନିକ ବୈଠକ ବେଲଗୁଣ୍ଠା ବ୍ଳକ୍ ମାଧବରିଡାଠାରେ ଅନୁଷ୍ଠିତ ହୋଇଯାଇଅଛି । କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ।କରୋନାରେ ଦେହାନ୍ତ ଘଟିଥିବା ସାମ୍ବାଦିକ ଭାଇମାନଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
। ବୈଠକରେ ଖବର ପ୍ରସ୍ତୁତ କରିବା, ଖବର ପରିବେଷଣ କରିବା,ସ୍ପଟ୍ ନିଉଜ୍ ଉପରେ ଗୁରତ୍ୱ ଦେବା,ଖବର ସଂଗ୍ରହ ବେଳେ ଖବରର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ନେଇ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା । ବିଭିନ୍ନ ସମାଜିକ କାର୍ଯ୍ୟକ୍ରମ ଯଥା ରକ୍ତ ଦାନ ଶିବିର, କୋଭିଡ୍ ଲକ୍ ଡାଉନ୍ ବେଳେ ଭୋକିଲା ପଶୁ ମାନଙ୍କୁ ଖାଇବାକୁ ଦେବା,କର୍ତ୍ତବ୍ୟରତ ପୋଲିସ ଭାଇମାନଙ୍କୁ ପାନୀୟ ବିତରଣ,କୋଭିଡ୍ ଯୋଦ୍ଧା ସମ୍ମାନ, ବୃକ୍ଷ ରୋପଣ ଓ ମାସ୍କ ବଣ୍ଟନ ଆଦି କାର୍ଯ୍ୟକ୍ରମ ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ବିଭିନ୍ନ ମହଲରେ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଥିଲା । ସଂଘର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ,ପୁର୍ବତନ ସଭାପତି ମାଧବ ଆପଟ ଓ ପ୍ରତିଷ୍ଠାତା ସଦସ୍ୟ ସୁଶାନ୍ତ ବେହେରା ସଂଘୀୟ ଏକତା ଉପରେ ଗୁରୁତ୍ଵ ଦେଇଥିଲେ । କ୍ଳବ୍ ର ନୁଆ ସଦସ୍ୟ ସୁଧାଂଶୁ ଶେଖର ବିଷୋୟୀଙ୍କୁ ସ୍ୱାଗତ କରାଯାଇଥିଲା । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାପାଳଙ୍କୁ କୋଭିଡ୍ ପରିସ୍ଥିତିର ସୁପରିଚାଳନା ପାଇଁ କରୋନା ମହା-ଯୋଦ୍ଧା ଓ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କୁ କୋଭିଡ୍ ମୁକାବିଲାରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ କରୋନା ଯୋଦ୍ଧା ସମ୍ମାନ ଦିଆଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ, ସହସମ୍ପାଦକ ସରୋଜ କୁମାରଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ଚନ୍ଦନ କୁମାର ସାହୁ,ରାଜେଶ କୁମାର ପଣ୍ଡା, ରାଜେଶ କୁମାର ପାତ୍ର,ଶିଶିର କାନ୍ତ ସ୍ୱାଇଁ,ବାଳକୃଷ୍ଣ ପାତ୍ର,ସଚିନ ପୁରୋହିତ ଶିବପ୍ରସାଦ ମହାପାତ୍ର,ଶିବରାମ ଚୌଧୁରୀ, ଜଗନ୍ନାଥ ନାୟକ,ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ କୋଷାଧ୍ୟକ୍ଷ ବିଭୁପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.