ବେଲଗୁଣ୍ଠା,୦୨/୦୧(ପିପିଟି):ବର୍ଷ ଆରମ୍ଭରୁ ଘଟିଛି ଅଘଟଣ । ବେଲଗୁଣ୍ଠା ଥାନାରେ ରୁଜୁ ହୋଇଛି ବର୍ଷର ପ୍ରଥମ ଅପମୃତ୍ୟୁ ମାମଲା । ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ ବାଣତୁମ୍ବ ଗ୍ରାମର ଗାନ୍ଧୀ ଡାକୁଆ (୫୨) ଗ୍ରାମର ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ । ଫଳରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଘଟଣା ନେଇ ଗାନ୍ଧୀଙ୍କ ଭାଇ ସାହେବ ଡାକୁଆଙ୍କ ରିପୋର୍ଟ୍ ପ୍ରକାରେ ବେଲଗୁଣ୍ଠା ଥାନାରେ ୦୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକାରୀ ଅଫିସର୍ ଏସ୍ଆଇ ନାରାୟଣ ନାହାକ ଘଟଣାର ତଦନ୍ତ କରୁ୍ଥିବା ଜଣା ପଡ଼ିଛି । ଗାନ୍ଧୀଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Next Post