ବେଲଗୁଣ୍ଠା ଠାରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

0 156

ବେଲଗୁଣ୍ଠା,୧୫/୦୨(ପିପିଟି),ଗତ କିଛି ଦିନ ହେଲା ସାରା ଦେଶରେ ଡ଼ିଜେଲ ଓ ପେଟ୍ରୋଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ତେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ଦଳ ତରଫରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ବେଲଗୁଣ୍ଠା ଠାରେ ମଧ୍ୟ ଏହି ବନ୍ଦ କୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ନେତା ଓ କର୍ମୀମାନେ ଏକାଠି ହୋଇ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ ସମସ୍ତଙ୍କୁ ସଚେତନ କରିଥିଲେ। ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।ଏଥିରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦେବୀ ବିଷୋୟୀ, ବରିଷ୍ଠ ଆଇନଜୀବୀ ସନ୍ତୋଷ ନାୟକ, ପୂର୍ବତନ ନଗର ପାଳ ରାଧାସ୍ବାମ ମହାପାତ୍ର,ପୂର୍ବତନ ଆସିକା ସେଣ୍ଟ୍ରାଲ ବ୍ୟାଙ୍କ ନିର୍ଦେଶକ ବ୍ରଜେନ୍ଦ୍ର ବିନ୍ଧାଣିରା, ପୂର୍ବତନ କାଉନସିଲର ଦେବହରି ବେହେରା, ନୃସିଂହ ସାହୁ, ବରିଷ୍ଠ ନେତା ସନ୍ତୋଷ ପଟନାୟକ, ଅବଦୁଲ ରାଯାକ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ବନ୍ଦ ପାଳନ ସମୟରେ କଁଆ ଭାଁ କେତେକ ଗାଡି ମଟର କରୁଥିବା ବେଳେ ମେଡ଼ିସିନ ଦୋକାନ ସବୁ ଖୋଲା ରହିଥିଲା । ବେଲଗୁଣ୍ଠା ରେ ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.