ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଟାରୀ କ୍ଳବ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ ।

0 257

ବେଲଗୁଣ୍ଠା,୨୬/୦୬(ପିପିଟି);ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସହାୟତା ପ୍ରଦାନ କରିବାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । ଗତ କୋଭିଡ୍ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସ୍ୱୟଂଚାଳିତ ସାନଗଟାଇଜ୍ ମେସିନ ପ୍ରଦାନ କରି ବିଭିନ୍ନ ମହଲରେ ରୋଟାରୀ କ୍ଳବ୍ ପ୍ରଶଂସା ସାଉଁଟି ଥିଲା । ଆଜି ଭଞ୍ଜନଗର ରୋଟାରୀ କ୍ଳବ୍ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି ।ଏହି ଅବସରରେ ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଶୁଭାରମ୍ଭ କରି ଲୋକାର୍ପଣ କରିଥିଲେ । ରୋଟାରୀ କ୍ଳବ୍ ସମାଜର ବିଭିନ୍ନ ଜନକଲ୍ୟାଣ ମୁଳକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ କ୍ଳବ୍ ର ଉଚ୍ଚ ପ୍ରଶଂସା କରିଥିଲେ । ଡାକ୍ତରଖାନାକୁ ଆସୁଥିବା ସମସ୍ତ ଜନସାଧାରଣ ଏହି ପ୍ରକଳ୍ପ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ଆଲୋଚନା ହୋଇଥିଲା । ଏହି ପ୍ରକଳ୍ପର ମୁଲ୍ୟ ପଚାଶ ହଜାର ଟଙ୍କା ହୋଇଥିବା ବେଳେ ଗୋଟିଏ ଥରରେ ୮୦ ଲିଟର ବିଶୁଦ୍ଧ ଜଳ ମିଳିପାରିବ ବୋଲି ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ରୋଟାରିଆନ୍ ପଞ୍ଚାନନ ମିଶ୍ର, ସମ୍ପାଦକ ରୋଟାରିଆନ୍ ରଞ୍ଜିତ କୁମାର ବାରିକ,ରୋଟାରିଆନ୍ ପ୍ରଶାନ୍ତ କୁମାର ନାୟକ, ରୋଟାରିଆନ୍ ଭି ଦେବୀ ପ୍ରସାଦ ପାତ୍ର,ରୋଟାରିଆନ୍ ସୁଶାନ୍ତ କୁମାର ସାହୁ, ରୋଟାରିଆନ୍ ରାମ ପ୍ରସାଦ ପଣ୍ଡା, ରୋଟାରିଆନ୍ ପ୍ରଶାନ୍ତ କୁମାର ସାହୁ, ରୋଟାରିଆନ୍ ସନ୍ତୋଷ କୁମାର ଜେନା, ରୋଟାରିଆନ୍ ସନ୍ନତ କୁମାର ସୁବୁଦ୍ଧି, ରୋଟାରିଆନ୍ କୁଞ୍ଜ ବିହାରୀ ନାୟକ, ରୋଟାରିଆନ୍ ଆଦିତ୍ୟ ଶତପଥୀ, ରୋଟାରିଆନ୍ ସୁଧିର ପାଣିଗ୍ରାହୀ, ରୋଟାରିଆନ୍ ପ୍ରଦ୍ୟୁମ୍ନ ମଳିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.