ବେଲଗୁଣ୍ଠା ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା।

0 411

ବେଲଗୁଣ୍ଠା,୦୯/୧୧(ପିପିଟି ):ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଆଜି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଈଁ ଏହି ପ୍ରକାର ସରଂକ୍ଷଣ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡିଛି ।୦୧,୦୯,୧୧ ଓ ୧୨ ନମ୍ବର ୱାର୍ଡ ଅଣ ସଂରକ୍ଷିତ ରହିଛି, ୦୪,୦୭ ଓ ୧୩ ନମ୍ବର ୱାର୍ଡ କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି । ସେହିପରି ୦୬ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଈଁ ସଂରକ୍ଷିତ ରଖାଯାଇ ଅଛି । ୱାର୍ଡ ନମ୍ବର ୦୩ ଅନୁସୂଚିତ ଜାତି ମହିଳାଙ୍କ ପାଈଁ ଥିବା ବେଳେ ୦୨ ଏବଂ ୧୦ ନମ୍ବର ୱାର୍ଡ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୱାର୍ଡ ନମ୍ବର ୮ ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ୫ ନମ୍ବର ୱାର୍ଡ ପଛୁଆ ବର୍ଗ ପାଇଁ ସଂରକ୍ଷିତ ଅଛି ବୋଲି ଜଣା ପଡିଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.