ବେଲଗୁଣ୍ଠା ଆମ ପୁଲିସର ସଚେତନତା ଶିବିର ।

0 374

ବେଲଗୁଣ୍ଠା,୨୦/୧୧(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ କଲ୍ୟାଣପୁର ଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଯୋଗଦେଇ ଟ୍ରାଫିକ ନିୟମ, ହେଲିମେଟ ବ୍ୟବହାର, ଗାଁ ଗୁଡିକରେ ଥିବା ଅନ୍ଧବିଶ୍ୱାସ, ସାମାଜିକ ବାସନ୍ଦ, ଅନଲାଇନ ଠକେଇ, ନାରୀ ଶିକ୍ଷା, ବେଆଇନ ମଦ ବିକ୍ରି ଏବଂ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଯେଭଳି କୌଣସି ହିଂସାକାଣ୍ଡ ନ ଘଟେ ସେଥିପାଇଁ ସମସ୍ତେ ସଜାଗ ରହିବା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନେ ମଧ୍ୟ ଉପରୋକ୍ତ ବିଷୟରେ ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ପୁଲିସ ଓ ଜନସାଧାରଣ ମଧ୍ୟରେ ସୁ ସମ୍ପର୍କ ରଖିବା ସହ ପୁଲିସ କୁ ନିର୍ଦ୍ୱନ୍ଦରେ ଯେ କୌଣସି ସମୟରେ ନିଜର ତଥା ସମାଜର ବିଭିର୍ଣ୍ଣ କାର୍ଯ୍ୟକଳାପ ଉପରେ ଅବଗତ କରାଇପାରିବେ ବୋଲି କୁହାଯାଇଛି । ଏଥିରେ ପୁଲିସ ଥାନାର କର୍ମଚାରୀ ପ୍ରମୋଦ କୁମାର ବେହେରା, ବିଶ୍ଵନାଥ ମଲ୍ଲିକ, ସୁରେନ୍ଦ୍ର ସେଠି, ଜ୍ୟୋତ୍ସ୍ନା ପ୍ରଧାନ, ରାଜୀବ କୁମାର ପାଣିଗ୍ରାହୀ, ପର୍ଶୁରାମ ପାତ୍ର, ବିପ୍ରଚାରଣ ପରିଡା , ପ୍ରତାପୁର ସମିତି ସଭ୍ୟ ମନୋଜ କୁମାର ନାୟକ, ରଞ୍ଜିତ ମିଶ୍ର, ଧନଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.