ବେଲଗୁଣ୍ଠାର ୯ ନମ୍ବର୍ ଏବଂ ୧୦ ନମ୍ବର ୱାର୍ଡ଼ରେ ବିଧାୟକଙ୍କ ଜୋରଦାର ପ୍ରଚାର ।

0 316

ବେଲଗୁଣ୍ଠା,୧୫/୦୩(ପିପିଟି): ଆସନ୍ତା ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ଆଗାମୀ ପୌର ନିର୍ବାଚନ ପାଇଁ ବେଲଗୁଣ୍ଠାର ମୋଟ ୧୩ ଟି ୱାର୍ଡ୍ ମଧ୍ୟରୁ ୯ ଟି ୱାର୍ଡରେ ବିଜେଡ଼ି କାଉନସିଲର୍ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ବାକି ଚାରୋଟି ୱାର୍ଡ଼ରେ ମଧ୍ୟ ଦଳ କ୍ଲିନ ସୁଇପ୍ କରିବା ଲକ୍ଷ୍ୟ ରଖିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠାରେ ଚେୟାରମ୍ୟାନ୍ ପ୍ରାର୍ଥୀ ଫିରୋଜ ସେଠୀଙ୍କ ସମେତ ୯ ନମ୍ବର୍ ୱାର୍ଡ୍ କାଉନସିଲର୍ ପ୍ରାର୍ଥୀ ଦିଲ୍ଲୀପ୍ କୁମାର ଆଚାରୀ ଏବଂ ୧୦ ନମ୍ବର୍ କାଉନସିଲର୍ ପ୍ରାର୍ଥୀନୀ କେ ସୁଜ୍ୟୋତି ସୁବୁଦ୍ଧିଙ୍କ ପାଇଁ ପ୍ରଚାର କରିଛନ୍ତି । ଆଜି ବିଧାୟକ ଶ୍ରୀ ସ୍ୱାଇଁ ଅପରାହ୍ନ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠାରେ ପହଞ୍ଚି ପ୍ରଥମେ ପ୍ରଭୁ ନୃସିଂହନାଥଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ଜଗନାଥ ପାଟଣା ସାହି ,ପେଣ୍ଠ ସାହି, ଏ଼କ ଧାଡ଼ିଆ ସାହି, ବାଙ୍କୀ ବଜାର, ହାଟପଦା ଏବଂ ନଅ ନମ୍ଵର ୱାର୍ଡର ପଣ୍ଡା ସାହି, ଧୋବା ସାହି ଓ ମାଲ ସାହିରେ ବୁଲି ପ୍ରଚାର କରିଥିଲେ । ବିଧାୟକଙ୍କ ସହ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ନଗରପାଳ ରବିନ୍ଦ୍ର ନାଥ ମହାପାତ୍ର, ଚନ୍ଦ୍ରମଣି ସାମଲ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ଦୁଇ ନମ୍ବର ୱାର୍ଡ ଅପ୍ରତିଦ୍ୱନ୍ଦୀ କାଉନସିଲର ଦିବ୍ୟରଞ୍ଜନ ଦାଶ, ପାଞ୍ଚ ନମ୍ବର ୱାର୍ଡର କାଉନସିଲର କାହ୍ନୁ ଚରଣ ସାହୁ, ବରିଷ୍ଠ ବିଜେଡ଼ି ନେତା ଭି ଦେବୀ ପ୍ରସାଦ ପାତ୍ର, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ଆଇନ ଜୀବୀ ସନ୍ତୋଷ ପଣ୍ଡା,ବରିଷ୍ଠ ବିଜେଡି ନେତା ଟୁଟୁ ସୁବୁଦ୍ଧି, ସିଏଚ୍ ଲିଙ୍ଗରାଜ ପାତ୍ର ପ୍ରମୁଖ ବିଜେଡ଼ିର ନଗରପାଳ ପ୍ରାର୍ଥୀ ଏବଂ କାଉନସିଲର୍ ପ୍ରାର୍ଥୀଙ୍କ ପାଇଁ ଜୋରଦାର୍ ପ୍ରଚାର କରିଥିଲେ । ଆଜି ପ୍ରଚାର ସମୟରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.