ବେଲଗୁଣ୍ଠାର ବିଭିନ୍ନ ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ।

0 260

ବେଲଗୁଣ୍ଠା,୨୯/୦୧(ପିପିଟି):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବ୍ଳକ୍ ର ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହା ଗ୍ରାମର ଚତୁର୍ଦ୍ଦଶତମ ଅଖଣ୍ଡ ନାମ ଯଜ୍ଞ । ସୋରିଷମୂଳି ନୃସିଂହନାଥ ଆଶ୍ରମ ମହନ୍ତ ସୁଧାନନ୍ଦ ବ୍ରହ୍ମଚାରୀଙ୍କ ପୌରୋହିତ୍ୟରେ ରୀତିନୀତି ମୁତାବକ ଏହି ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କୁମୁଣ୍ଡି,ଗୋପନଗର,ବିଞ୍ଝଗିରୀ,ବଙ୍କା ଏବଂ ବଳରାମ ପୁର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଗ୍ରାମର ମାଆ ଠାକୁରାଣୀ ନାମ ସଂକୀର୍ତ୍ତନ ମଣ୍ଡଳୀ, ଗ୍ରାମ୍ୟ କମିଟି ଏବଂ ଗ୍ରାମବାସୀ ସହଯୋଗ କରୁଛନ୍ତି । ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ହରିହର ସାହିରେ ମଧ୍ୟ ସବୁ ବର୍ଷ ଭଳି ଅଷ୍ଟମ ବାର୍ଷିକ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମହନ୍ତ ରାମକୃଷ୍ଣ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ଏବଂ ମାଧବରୀଡା ମହନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଯଜ୍ଞରେ ହରିହର ସାହି,ଲାଠିପଡା, ଉସ୍ତପଲୀ, ଭରତପଲ୍ଲୀ ନାମ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଦସ୍ୟ ସୁବାସ ଚନ୍ଦ୍ର ଗୌଡ଼, ସନ୍ନ୍ୟାସୀ ନାୟକ,ସନାତନ ନାୟକ, ଭଜରାମ୍ ସ୍ଵାଇଁ, ହରିହର ପତିଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଗୋବରା ପଂଚାୟତରେ ବାସୁଦେବ ପୁର ଗ୍ରାମରେ ମଧ୍ୟ ଗ୍ରାମବାସୀଙ୍କ ସହଯୋଗରେ ତ୍ରୟୋବିଂଶତମ ବାର୍ଷିକ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ରତ୍ନପୁର ଗ୍ରାମର ପୂଜକ ଟିଟୂ ତ୍ରିପାଠିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାସୁଦେବପୁର, ଖାରିଗୁଡ଼ା,ନାଚୁଣୀବାଡ଼ି,ବରପଲ୍ଲୀ ଏବଂ ଗୂରାବାଡ଼ି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି ।କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟି ସଭାପତି ନାରାୟଣ ଗୌଡ଼,ଅଧିକାରୀ ରଘୁନାଥ ସେଠୀ, ଦ୍ୱିତୀକୃଷ୍ଣ ସାହୁ, ପ୍ରଫୁଲ୍ଲ କୁମାର ଗୌଡ଼,ସଞ୍ଜୟ ବାରିକ, କାର୍ତ୍ତିକ ବାରିକ, ଭଗବାନ ବାରିକ, ଦଣ୍ଡାସୀ ଗୌଡ଼,ଟୁନା ଗୌଡ଼ ପରିଚାଳନା କରୁ୍ଥିବା ବେଳେ ଗ୍ରମବାସୀ ସହଯୋଗ କରୁଛନ୍ତି । ପ୍ରତ୍ୟେକ ଗ୍ରାମରେ ନାମ ଦେଖିବା ସହିତ ପ୍ରସାଦ ସେବନ ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.