ବେଲଗୁଣ୍ଠାରେ ୧୮ରୁ ୪୪ ବର୍ଷ ଟୀକାକରଣ ଆରମ୍ଭ, ପ୍ରଥମ ଦିନରେ ଟୀକା ନେଲେ ୮୯୮ ଜଣ ।

0 292

ବେଲଗୁଣ୍ଠା,୨୧/୦୬(ପିପିଟି);କୋଭିଡ୍ ମହାଯୁଦ୍ଧର ମୁକାବିଲା ପାଇଁ ବ୍ୟାପକ ଟୀକାକରଣ ଏକ ଅମୋଘ ଅସ୍ତ୍ର ପାଲଟିଛି । କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଅଛନ୍ତି । ପ୍ରଥମେ ବରିଷ୍ଠ ନାଗରିକ, ଦ୍ୱିତୀୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଓ ବର୍ତ୍ତମାନ ତଥା ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷୀୟ ବ୍ୟକ୍ତିବିଶେଷ ଅର୍ଥାତ ଯୁବ ବର୍ଗ ମାନଙ୍କୁ ଟୀକାକରଣ କରାଯାଉଛି । ବେଲଗୁଣ୍ଠା ଠାରେ ଆଜିଠାରୁ ୧୮-୪୪ ବର୍ଗ ପାଇଁ ଟୀକାକରଣ ଅଭଯାନ ଆରମ୍ଭ ହୋଇଅଛି । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ପ୍ରଥମ ଦିନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୮୭ ଜଣ ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪୧୧ ଜଣ ୧୮ରୁ ୪୪ ବର୍ଗୀୟ ବ୍ୟକ୍ତି ଟୀକାକରଣ କରାଇଥିବା ଜଣାପଡିଛି ।ଆଜି ମୋଟ ୯୧୯ ଜଣଙ୍କ ଟୀକାକରଣ ହୋଇଥିବା ବେଳେ ୮୯୮ ଜଣ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ହୋଇଥିବା ଜଣାପଡିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.