ବେଲଗୁଣ୍ଠାରେ ମତଦାନ ଶାନ୍ତିପୁର୍ଣ୍ଣ:୬୧% ଭୋଟର କଲେ ନିଜର ମତସାବ୍ୟସ୍ତ ।

0 276

ବେଲଗୁଣ୍ଠା,୨୪/୦୩(ପିପିଟି): ପୌର ନିର୍ବାଚନ-୨୦୨୨ ଅବସରରେ ବେଲଗୁଣ୍ଠା ଏନ୍ଏସିରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପୁର୍ଣ୍ଣ ହୋଇଛି ।ବେଲଗୁଣ୍ଠାର ୯୯୯୨ ଭୋଟରଙ୍କ ମଧ୍ୟରୁ ୬୦୭୯ ଜଣ ଅର୍ଥାତ୍ ୬୧% ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି ସେ।୧ ନମ୍ବର ୱାର୍ଡରେ ୪୮୨,୨ ନମ୍ବର ୱାର୍ଡରେ ୪୭୦,୩ ନମ୍ବର ୱାର୍ଡରେ ୬୪୫,୪ ନମ୍ବର ୱାର୍ଡରେ ୪୬୦,୫ ନମ୍ବର ୱାର୍ଡରେ ୫୯୫,୬ ଓ ୭ ନମ୍ବର ୱାର୍ଡରେ ୭୬୮,୮ ନମ୍ବର ୱାର୍ଡରେ ୩୫୦,୯ ନମ୍ବର ୱାର୍ଡରେ ୪୭୬,୧୦ ନମ୍ବର ୱାର୍ଡରେ ୪୪୮,୧୧ ନମ୍ବର ୱାର୍ଡରେ ୩୩୧,୧୨ ନମ୍ବର ୱାର୍ଡରେ ୨୭୮,ଓ ୧୩ ନମ୍ବର ୱାର୍ଡରେ ୫୧୦ ଜଣ ଭୋଟର ନିଜର ମତସାବ୍ୟସ୍ତ କରିଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ୧୩ଟି ୱାର୍ଡରେ ମତଦାନ ପାଇଁ ମୋଟ ୧୪ଟି ବୁଥ୍ ପ୍ରସ୍ତୁତ କରାଯାଇଥିଲା ।୧୪ ଟି ବୁଥ୍ ମଧ୍ୟରୁ ପଟେଲ୍ ରୋଡ୍ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ପିଙ୍କ୍ ବୁଥ୍ ଓ ମୋଡେଲ୍ ବୁଥ୍ ତିଆରି କରାଯାଇଥିଲା ।ପ୍ରତ୍ୟେକ ବୁଥ୍ ରେ ପ୍ରଶାସନ ତରଫରୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହିତ ବୟସ୍କ, ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ୍ ଚେୟାର୍ ର ବ୍ୟବସ୍ଥା କରାଯାଇଥିଲା ।ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତି ବୁଥ୍ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ନିର୍ବାଚନ ଅଧିକାରୀ ଧରଣୀଧର ବେହେରା ଓ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ଅବାଧରେ ସମାପନ କରିବା ପାଇଁ ପ୍ରତି ବୁଥ୍ କୁ
ସାମୟିକ ବ୍ୟବଧାନରେ ପରିଦର୍ଶନ କରୁଥିବା ଲକ୍ଷ୍ୟ କରାଯାଇଥିଲା ।ଜି.ଟି ହାଇସ୍କୁଲ ଏନ୍.ସି.ସି ତରଫରୁ ଛାତ୍ରଛାତ୍ରୀ ମାନେ ନିର୍ବାଚନ ପରିଚାଳନାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.