ବେଲଗୁଣ୍ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ।

0 297

ବେଲଗୁଣ୍ଠା,୩୦/୦୭(ପିପିଟି): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ତଥା ବେଲଗୁଣ୍ଠା ପଞ୍ଚାୟତ ସମିତି ସୌଜନ୍ୟରେ ବେଲଗୁଣ୍ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଗଞ୍ଜାମ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ଯୋଗ ଦେଇ ବେଲଗୁଣ୍ଠା ବ୍ଳକ୍ ରେ ଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ରଛତ୍ରୀଙ୍କ ନିମନ୍ତେ ମୌଳିକ ଶିକ୍ଷା,ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଦିବ୍ୟାଙ୍ଗ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା । ସୂଚନା ପ୍ରକାରେ ୧୬୫ ଜଣ ଶାରିରୀକ ବିକଳାଙ୍ଗ, ୩୫ ଜଣ ଶ୍ରବଣ ବାଧିତ ଓ ବାକ୍ ଶକ୍ତି ରହିତ,୩୪ ଜଣ ଦୃଷ୍ଟି ବାଧିତ, ୨୫ ଜଣ ମାନସିକ ଅଗ୍ରସର ଏବଂ ୧୧ ଜଣ ଏକାଧିକ ଦିବ୍ୟାଙ୍ଗ ଜନିତ ଛାତ୍ରଛାତ୍ରୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ସେହିପରି ୨୫ ଜଣଙ୍କୁ ଆୟ ପ୍ରମାଣପତ୍ର, ଦୁଇ ଜଣଙ୍କୁ ବାସସ୍ଥାନ ପ୍ରମାଣପତ୍ର,୪୫ ଜଣଙ୍କୁ ତିନି ଚକିଆ ସାଇକେଲ୍,୧୧ ଜଣଙ୍କୁ ହ୍ୱିଲ୍ ଚେୟାର୍, ୩୬ ଜଣଙ୍କୁ ଆଶାବାଡି, ଜଣଙ୍କୁ ଲେଖାଏଁ ବ୍ଲାଇଣ୍ଡ ଷ୍ଟିକ୍ ଓ ୱାକର୍ ପ୍ରଦାନ କରାଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.