ବେଲଗୁଣ୍ଠା,୩୦/୧୨(ପିପିଟି): ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଥିବା ବେଳେ ବେଲଗୁଣ୍ଠା ଠାରେ ମଧ୍ୟ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହାକୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୂରୀ, ଆସ୍କା କୋ-ଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖାର ପରିଚାଳକ ସାର୍ଥକ ପାଢୀ, ଏରିଆ ଅଫିସର୍ ସୂର୍ଯ୍ୟ ନାରାୟଣ ପାଢୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ସେବା ସମବାୟ ସମିତିର ପୂର୍ବତନ ସଭାପତି ତଥା ଆସ୍କା କେନ୍ଦ୍ରୀୟ ସମବାୟ ସମିତିର ନିର୍ଦ୍ଦେଶକ ବି.ବ୍ରଜେନ୍ଦ୍ର କୁମାର ବିନ୍ଧାଣୀରା,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସେବ ସମବାୟ ସମିତିର ସମ୍ପାଦକ କ୍ରୀଷ୍ଣା କୁମାର ଡାକୁଆ, ସୁପରଭାଇଜର୍ ଶାସ୍ୱତ ଗୌଡ଼, ମିଲର୍ ପ୍ରଶାନ୍ତ ପାତ୍ର ଓ ରବି ନାରାୟଣ ପାତ୍ର, ଡ଼ିଇଓ ସଂଗ୍ରାମ ସେଠୀ, ଲିଜାଲିନ୍ ଚୌଧୂରୀ,ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ଭି.ଦେବୀ ପ୍ରସାଦ ପାତ୍ର ,ଆର୍.ଏମ୍.ସି ରୁ ଆସିଥିବା ସମୀର କୁମାର ବିଷୋୟୀ ଓ ଗଣେଶ୍ଵର ସେଠୀ ପ୍ରମୁଖ ଉପସ୍ଥିତ ଥି଼ଲେ । ଆଜି ପ୍ରଥମ ଦିନରେ ବେଲଗୁଣ୍ଠାର ଚାଷୀ ମନୋଜ ଲେଙ୍କା, ପି.ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଗୌରୀ ସେଠୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସରକାରଙ୍କ ଟୋକନ୍ ଆସିବା ପରେ ଧାନ କିଣା ଆରମ୍ଭ କରାଯିବ ବୋଲି ସମ୍ପାଦକ ଶ୍ରୀ ଡାକୁଆ ପ୍ରକାଶ କରିଛନ୍ତି । କିଛି ଦିନ ମଧ୍ୟରେ ସରକାରଙ୍କ ଠାରୁ ଅନୁମୋଦନ ପାଇଥିବା ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସେବା ସମବାୟ ସମିତି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ନିରୀକ୍ଷକ ଶ୍ରୀ ଚୌଧୂରୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post
Next Post