ବେଲଗୁଣ୍ଠା,୧୫/୧୦(ପିପିଟି): ଦୀର୍ଘ ଦିନର ବେଲଗୁଣ୍ଠାରେ ନୂତନ ତହସିଲଦାର ଭାବେ ଯୋଗ ଦେଇଛନ୍ତି ମନୋଜ ପ୍ରଭାକର କୁଜୁରୁ । ଏହା ପୂର୍ବରୁ ସେ ଦିଗପହଣ୍ଡିରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ତହସିଲଦାର ରୂପେ ପଦୋନ୍ନତି ପାଇ ଆଜି ଶ୍ରୀ କୁଜୁରୁ ବେଲଗୁଣ୍ଠା ତହସିଲଦାର ଭାବେ ଯୋଗ ଦେବାପରେ ଆଇନଜୀବୀ ବଳରାମ ମହାପାତ୍ର, ରାଜେନ୍ଦ୍ର କୁମାର ନନ୍ଦ,ରମାକାନ୍ତ ମହାପାତ୍ର, ପ୍ରତାପ କୁମାର ପ୍ରଧାନ,ରବୀନ୍ଦ୍ର ମଳିକ, ରବୀନ୍ଦ୍ର ଦଳେଇ, ଗୌରିଶଙ୍କର ସ୍ୱାଇଁ, ପ୍ରଦୀପ୍ ଜେନା ପ୍ରମୁଖ ଶ୍ରୀ କୁଜୁରୁଙ୍କୁ ସ୍ୱାଗତ ଜଣାଇଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ବେଲଗୁଣ୍ଠାରେ ତହସିଲଦାର ଥିବା ସରୋଜ କୁମାର ବେହେରା ବର୍ଷେ ତଳେ ଫୁଲବାଣୀକୂ ବଦଳି ହୋଇଯିବା ପରେ ଏଠାରେ ତହସିଲଦାର ପଦବୀ ଖାଲି ପଡ଼ିଥିଲା । ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ତହସିଲଦାର ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉ ଥିଲେ । ଆଜି ଶ୍ରୀ କୁଜୁରୁ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତହସିଲଦାର ଅଭାବରୁ ବହୁଦିନ ପଡ଼ି ରହିଥିବା କାର୍ଯ୍ୟ ଗୁଡ଼ିକ ଶୀଘ୍ର ହୋଇପାରିବ ବୋଲି ଜନ ସାଧାରଣ ଆଶା କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )