ବେଲଗୁଣ୍ଠାରେ ଏଗାର 5T ସ୍କୁଲ୍ ଉଦ୍‌ଘାଟିତ ।

0 311

ବେଲଗୁଣ୍ଠା,୦୪/୦୬(ପିପିଟି): ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବେଲଗୁଣ୍ଠା ବ୍ଳକ୍ ର ୧୧ ଟି ରୂପାନ୍ତରିତ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ଧୂମୂଛାଇ ଉଚ୍ଚ ବିଦ୍ୟାଳୟ, ବଡ଼ ବୋର୍ସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, ନୁଆଁ ଗାଁ ଉଚ୍ଚ ବିଦ୍ୟାଳୟ, ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ, ଆମ୍ବପୁଆ ଉଚ୍ଚ ବିଦ୍ୟାଳୟ, ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟ,ବେଣୀ ପଲ୍ଲୀ ଗୋପୀନାଥ ସ୍ୱାମୀ ବିଦ୍ୟାପୀଠ, ବଡପଡା ଉଚ୍ଚ ବିଦ୍ୟାଳୟ, ପ୍ରମୁଖ ବିଦ୍ୟାଳୟ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତ୍ଯେକ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ, ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ଉପସ୍ଥିତ ରହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.