ରାୟଗଡା,୧୨/୦୬(ପିପିଟି); ବେଦାନ୍ତ ଆଲୁମିନା କମ୍ପାନୀ ଦୀର୍ଘ ବର୍ଷ ହେଲା ରାୟଗଡା ଜିଲ୍ଲା ମୁନିଗୁଡାବ୍ଲକ ନିକଟ କଳାହାଣ୍ଡିର ଲାଞ୍ଜିଗଡ଼ଠାରେ ନିର୍ମାଣ କରାଯାଇଛି ସତ,କିନ୍ତୁ ନିୟମଗିରି ପର୍ବତକୁ ନିଜ ଆୟତ୍ତକୁ ଆଣିବା ନିମନ୍ତେ ବହୁ ପ୍ରୟାସ କରି ବିଫଳ ହେବାକୁ ଲାଗିଛି। କାରଣ ଏହି କମ୍ପାନୀଟି କୌଣସି ପ୍ରକାର ଜନହିତ କାମ କରୁନି,ବହୁବାର ଏଇ ଅଞ୍ଚଳର ସାଧାରଣ ଲୋକଙ୍କୁ କୌଣସି ପ୍ରକାର ସୁବିଧାସୁଯୋଗ ଯୋଗେଇ ପାରିନି। ତାଛଡା ବେଦାନ୍ତ ଭିତରେ ଅନେକ ଛୋଟ କମ୍ପାନୀ ଗୁଡିକ ରହିଥିବା ବେଳେ ଅନେକ ଶ୍ରମିକ ନିଜ ଗୁଜୁରାଣ ନିମନ୍ତେ କାର୍ଯ୍ୟ କରି ନିଜଓ ନିଜର ପରିବାରର ଭରଣପୋଷଣ କରିଥାନ୍ତି। ହେଲେ ଏବେ କମ୍ପାନୀ ଅଧିନସ୍ତ ପ୍ରୋସେସନ ଇଂଜିନିୟରିଂ ଲିମିଟେଡ଼ର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ ମାସରୁ କମ୍ପାନୀ ବାହାରେ ବସିଛନ୍ତି ,ସେମାନଙ୍କୁ ଅଯଥାରେ ଭୁଆଁ ବୁଲେଇ କାମରୁ ଛଟେଇ କରି ଶ୍ରମିକ ମାରଣ ନୀତି ଆପଣେଇଛନ୍ତି। ଏ ସଂକ୍ରାନ୍ତରେ ବହୁବାର ଯୋଗାଯୋଗ କରି ଦ୍ବିପାକ୍ଷିକ କଥା କହି ଶ୍ରମିକମାନଙ୍କ ପେଟରେ ଲାତ ମାରି ସମୟ ଗଡେଇ ଚାଲିଛନ୍ତି। ବେଦାନ୍ତ କମ୍ପାନୀ ଗୋଟେ ପ୍ରକାର କଥା କହୁଥିବା ବେଳେ ପ୍ରୋସେସନ କମ୍ପାନୀ ଶ୍ରମିକକୁ ସେମାନଙ୍କ ସାଧାରଣ ସୁବିଧା ନଦେଇ,ଧମକଚମକ ଦେଇ ଚାଲିଛି। ଶ୍ରମିକ ମାରଣା ନୀତିରେ ଅତିଷ୍ଠ ହୋଇ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ୟ ପାଇଁ ନିରବ ଭାବେ ପ୍ରତିବାଦ କରିବା ଦେଖାଦେଇଛି । ପ୍ରକାଶ ଥାଉକି, କମ୍ପାନୀରେ ଅନେକ କାର୍ଯ୍ୟ ଆଇନବିରୁଦ୍ଧ ହେଲେମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନି । ଗତଦିନରେ ଲାଞ୍ଜିଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଆଗରେ ପ୍ରୋସେସନ କମ୍ପାନୀ ଶ୍ରମିକମାନକୁ ବିଭିନ୍ନ ପ୍ରକାର ସହାୟତା ଦେବାକୁ ଲିଖିତ ଆକାରରେ ଦେଇଥିବା ବେଳେ ଏ ଯାବତ କୌଣସି ସୁବିଧା ଦେଇନାହିଁ । ପ୍ରୋସେସନ କମ୍ପାନୀର ମୁଖ୍ୟ ସୁଶାନ୍ତ ଶତପଥୀଙ୍କ ଏକଛତ୍ରବାଦ ନୀତି ଯୋଗୁଁ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି। ଗଣମାଧ୍ୟମ ଏ ସଂକ୍ରାନ୍ତରେ ହସ୍ତକ୍ଷେପ ପରେ ଆଗରେ ହଁ ଓ ପଛରେ ନାଁ କରି ସମୟର ଅଯଥା ନଷ୍ଟ କରିଚାଲିଛି । ବର୍ତ୍ତମାନ ସ୍ଥିତିରେ ଶ୍ରମିକମାନେ କଳାହାଣ୍ଡି ଶ୍ରମ ଅଧିକାରୀ, ଆରକ୍ଷୀ ଅଧିକ୍ଷକ , ଜିଲ୍ଲାପାଳ ଭଳି ବଡ଼ବଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତଭାବେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜଣେଇଛନ୍ତି। ଯଦି ସେମାନେ ନିଜର ହକ ନ ପାଆନ୍ତି ତେବେ ଆସନ୍ତା ଦିନରେ ଶ୍ରମିକ ମାନେ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ନିଜର ହକର ଲଢେଇ ଜାରୀ ରଖିବେ ବୋଲି ଜଣେଇଛନ୍ତି । ବର୍ତ୍ତମାନ କରନା କଟକଣା ଭିତରେ ଦି ବେଳା ଦି ମୁଠା ଖାଇବାକୁ ମିଳୁନଥିବା ବେଳେ ପ୍ରୋସେସନ କମ୍ପାନୀର ଏ ଭଳି ଶ୍ରମିକ ମାରଣ ନୀତିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଦେଖିବାକୁ ବାକି ରହିଲା କେବେ ଏ ଶ୍ରମିକଙ୍କ ହକ ପାଇଁ ବେଦାନ୍ତ କର୍ତ୍ତୃପକ୍ଷ ଚିନ୍ତା କରିବେ।
(ରିପୋର୍ଟ- ନବୀନ ନାୟକ ବେହେରା। )