କୋଦଳା,୦୮/୦୪(ପିପିଟି); ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ଗୁରୁବାର ଦିନ କୃଷି ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । କୃଷି ଓ କୃଷକ ର ଉନ୍ନ୍ନତି ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଉନ୍ନ୍ନତ ଯନ୍ତ୍ର ପାତିର ବ୍ୟବହାର ବିଷୟରେ ସଚେତନ କରିବା ପାଇଁ ଏହି ରଥ ଗାଁ ଗାଁ ରେ ବୁଲି ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ଏହି ରଥର ମୁଖ୍ୟ ଲକ୍ଷ । ଏଥି ସହିତ ମୂର୍ତ୍ତିକା ପରୀକ୍ଷା କରିବା ପାଇଁ ଏକ ୟନ୍ତ୍ର ସଂଜୋଜିତ ବସ କୁ ମଧ୍ୟ ଶୁଭାରମ୍ଭ କରିଥିଲେ । ଏଥିରେ ବିଡିଓ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା କୃଷି ଅଧିକାରୀ କେ.ରାମ ଶଙ୍କର ରାଓ, ସହାୟକ କୃଷି ଅଧିକାରୀ ଶୁଭଶ୍ରୀ ଜେନାଙ୍କ ସମେତ କୃଷି, ପଶୁ, ଉଦ୍ୟାନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )