ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ନିର୍ମମ ହତ୍ୟା, ଦୁର୍ବୃତ୍ତ ଫେରାର, ପୂର୍ବ ପାରିବାରିକ ଶତ୍ରୁତାରୁ ହତ୍ୟା ସନ୍ଦେହ ।

0 1,216

କୋଦଳା,୨୦/୦୧(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଅତି ନିକଟରୁ ଗୁଳିମାଡ଼ କରି ନିର୍ମମ ହତ୍ଯା କରାଯାଇଛି। ଗ୍ରାମରେ ଭୟ ର ବାତାବରଣ ଶୃଷ୍ଟି ହୋଇଛି । ମିଳିଥିବା ସୂଚନାନୁସାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକର ଏକ ଚାହା ଦୋକାନ ରେ ଆଜି ସକାଳେ ଚାହା ପିଉଥିଲେ । ହଠାତ ତିନିଜଣ ଦୁର୍ବୁର୍ତ୍ତ ଆସି ଅତି ନିକଟ ରୁ ଦେବରାଜଙ୍କୁ ଗୁଳିମାଡ଼ କରିଥିଲେ । ପ୍ରତ୍ୟକ୍ଷକ ଦର୍ଶୀଙ୍କ କହିବା ଅନୁସାରେ ବେଗୁନିଆପଡା ଠାରୁ ଏକ କାର ଆସି ସାଙ୍କୁଡ଼ା ଅଭିମୁଖେ ଯାଇ ପୁଣି ଫେରିଆସି ରାସ୍ତାକଡରେ ଥୋଇ ୩ ରୁ ୪ଜଣ ଦୁର୍ବୃତ୍ତ ଗାଡିରୁ ବାହାରି ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଲଗାତାର ଗୁଳି ଫୁଟିବା ଫଳ ରେ ଦୋକାନରେ ଥିବା ମାଲିକ ଭୟ ରେ ତଳେ ଶୋଇପଡ଼ିଥିଲେ । ବାରମ୍ବାର ଗୁଳି ମାରି ଦୁର୍ବୃତ୍ତ  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ବୃତମାନଙ୍କର ପତ୍ତା ମିଳିପାରି ନଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।ଦେବରାଜଙ୍କୁ ପରିବାର ଲୋକେ କହିବା କଥା ଆମର କିଏ ଶତ୍ରୁ ଏମିତି କରିଛନ୍ତି ଜାଣିନାହୁଁ କିନ୍ତୁ ଦୁଇ ତିନିମାସ ପୂର୍ବରୁ ଗୋଟିଏ ପରିବାର ସହିତ ଆମର ଝଗଡା ହୋଇଥିଲା । ବର୍ତ୍ତମାନ ଆଇନ ଉପରେ ଆମର ଭରସା ଦୁର୍ବୃତ୍ତଙ୍କୁ  ଗିରଫ କରନ୍ତୁ । ଏହାକୁ ନେଇ ଘଟଣା ସ୍ଥଳରେ ଗଞ୍ଜାମ ଏସ୍ ପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, କୋଦଳା ଆଇ.ଆଇ.ସି ଦେବାଶିଷ ମହାନ୍ତି, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ , ଖଲ୍ଲିକୋଟ ଆଇ.ଆଇ.ସି ସତ୍ୟ ରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ, ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଗୁଳିମାଡ଼ ପରେ ପଡ଼ିଥିବା ଖୋଖାକୁ ସଂଗ୍ରହ କରିଛନ୍ତି ।ବର୍ତ୍ତମାନ ପୋଲିସ ଟିମ ଗଠନ କରାଯାଇଛି ଖୁବଶୀଘ୍ର ଅପରାଧି ଧରା ପଡିବେ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଖବର ପାଇ କବିସୂର୍ଯ୍ଯନଗର ବିଧାୟିକା ଲତିକା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁଖଃ ପ୍ରକାଶ କରିବା ସହ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ପୋଲିସ ଉପରେ ଆମର ସମ୍ପୂର୍ଣ ଭରସା ଅଛି ଯଥାଶୀଘ୍ର ଦୁର୍ବୃତ୍ତ  ଧରାପଡିବେ । ଘଟଣା ସ୍ଥଳରେ ବହୁ ରାଜନେତା ଓ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.