କୋଦଳା,୨୯/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସର ରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ରାସନ କାର୍ଡ , ବିଭିନ୍ନ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ,ରାସ୍ତାଘାଟ , ପାନୀୟ ଜଳ ସମସ୍ୟା, ବ୍ୟକ୍ତି ଗତ ସ୍ଵାସ୍ତ୍ୟ ସମସ୍ୟା ରେ ସହାୟତା , ଦିବ୍ୟାଙ୍ଗ ଉପକରଣ ପାଇଁ , ଆଇନ ସୁରକ୍ଷା, ବିବାଦୀୟ ଜମିଜମା, ମହିଳା ଗୋଷ୍ଠୀ, ବିଦ୍ୟୁତ ବିଲ ସମସ୍ୟା ,ଆଦି ବିଷୟରେ ମୋଟ ୨୭୪ ଟି ଅଭିଯୋଗ ଆସିଥିଲା । ଏଥିରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର , ପ୍ରକଳ୍ପ ନିର୍ଦେଶକ ଭି. କିର୍ତ୍ତୀଭାଷନ,ବିଡ଼ିଓ ବାସୁଦେବ ନାୟକ,ତହସିଲଦାର ସଶ୍ମିତା ଶତପଥୀ, ସହାୟକ ଯନ୍ତ୍ରୀ ସଲା ସଙ୍ଗୀତା ଟୁଡୁ,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଗ୍ରହଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )