କୋଦଳା,୦୭/୦୫(ପିପିଟି) : ବେଗୁନିଆପଡା ବ୍ଲକରେ ନୂତନ ଯୋଗାଣ ଅଧିକାରୀ ଭାବେ ଧିରେନ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ବ୍ଲକରେ ସାଧାରଣ ଜନତାଙ୍କ ସେବାରେ ନିୟୋଜିତ ହେବା ସହ କୋଭିଡ ମହାମାରୀ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ ବୋଲି ଶ୍ରୀ ସାହୁ ଜଣାଇଛନ୍ତି । ମହାମାରୀ କରୋନାର ଭୟବହାତା ସମୟ ରେ ଏହି ବ୍ଲକରେ ନିଜ କାର୍ଯ୍ୟ ଭାର ଗ୍ରହଣ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଋଷିକୂଲ୍ୟା ରୟତ ମହାସଭାର ବେଗୁନିଆପଡା ବ୍ଲକ ଶାଖା ସମ୍ପାଦକ ଭାସ୍କର ନାୟକ ଅଭିନନ୍ଦନ ଜଣାଇଛନ୍ତି । ବିଶେଷ କରି ରାସନ କାର୍ଡ ଓ ଖାଉଟି ସାମଗ୍ରୀ ଉପରେ ସର୍ବଦା ନଜର ରଖିବା, ଗରୀବ ଉପୋଭୋକ୍ତା ଯେମିତି ଏହି ସୁବିଧାରୁ ବଞ୍ଚିତ ନହେବେ ସେ ନେଇ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ସାହୁ । କରୋନା ସମୟରେ ଆଳୁର କଳାବଜାରୀ ଉପରେ ଧ୍ୟାନ ଦେବା ସହ ଆଗକୁ ଅସାଧୁ ବ୍ୟବସାୟୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାଇଛନ୍ତି ଶ୍ରୀ ସାହୁ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)
Next Post