କୋଦଳା,୧୮/୦୫(ପିପିଟି); କରୋନାର ଦ୍ୱତୀୟ ଲହର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବେଗୁନିଆପଡା ବ୍ଲକ ପ୍ରଶାସନ । ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବ୍ଲକ ପ୍ରଶାସନ । ଏହାର ଅଗ୍ରଗତି ସମ୍ପର୍କେ ଆଲୋଚନା ପାଇଁ ମଙ୍ଗଳବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ପାଇଁ କହିଥିଲେ ବିଧାୟିକା । ବ୍ଲକରେ ଚାଲିଥିବା ଟୀକାକରଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପ୍ରଥମ ଡୋଜ ଟୀକାକରଣକୁ ବ୍ଲକରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ମେଡ଼ିସିନ ଷ୍ଟୋର ଓ ଗ୍ରାମାଞ୍ଚଳରେ ଥିବା ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ କହିବା ସହିତ ସମସ୍ତ ସରପଞ୍ଚ ଓ ପ୍ରତ୍ୟକ ବିଭାଗ ଅଧିକାରୀଙ୍କୁ ନେଇ ଏକ ୱାଟସପ୍ ଗ୍ରୁପ କରି ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଅବଗତ ପାଇଁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ । ବେଗୁନିଆପଡା ଓ କୋଦଳା ଏନ୍ଏସି ବଜାରର ଜନଗହଳି ରୋକିବା ପାଇଁ ପଦକ୍ଷେପ ନେବା ପାଇଁ କହିଥିଲେ ବିଧାୟିକା । ଏହି ସମୀକ୍ଷା ବୈଠକରେ ବିଡିଓ ବେଦବର ପ୍ରଧାନ, ତହସିଲଦାର ଅବନୀ କୁମାର ସାହୁ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି,କୋଦଳା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ସୁଜିତ କୁମାର ବେହେରା,ବିଇଓ କମଳ କାନ୍ତ ସାହୁ,ସିଡ଼ିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ,ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)