କୋଦଳା,୦୩/୦୧(ପିପିଟି); ବେଗୁନିଆପଡା ସରସ୍ବତୀ ଶିଶୁ ମନ୍ଦିର ସ୍ଥିତ ହନୁମାନ ବାଟିକା ପରିସରରେ ଅଯୋଧ୍ୟାରେ ନବ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ସକାଶେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସମ୍ପାଦକ ଡ଼ଃ ଅରୁଣ ପ୍ରସାଦ ପାଢ଼ୀଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସହ- ସମ୍ପାଦକ ଡ଼ଃ ରାଜୀବ ନେତ୍ର ଖାଡ଼ଙ୍ଗା, ଆରଏସଏସ ଗଞ୍ଜାମ ଜିଲ୍ଲା କାର୍ଯ୍ୟବାହି ଅଧିକାରୀ ସଞ୍ଜୟ କୁମାର ଦାସ, ଖଣ୍ଡ କାର୍ଯ୍ୟ ବାହୀ ଅଧିକାରୀ ଗଣେଶ୍ୱର ମୁଦୁଲି, ମହନ୍ତ ଦାମୋଦର ଦାସ ମହାରାଜ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବେଗୁନିଆପଡା ସମ୍ପାଦକ ପ୍ରଣବ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଅର୍ଥ ସଂଗ୍ରହ ଅଭିଯାନ କିପରି ହେବ ସେ ନେଇ ମାର୍ଗ ଦର୍ଶନ ଦେଇଥିଲେ ।