କୋଦଳା,ତା-୧୫/୧୦(ପିପିଟି); ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବେଗୁନିଆପଡ଼ା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ୱାର୍ଡ ସଭ୍ଯ ସଭ୍ଯା । ଆଜି ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ନାୟବ ସରପଞ୍ଚଙ୍କ ସମେତ ୧୦ ଜଣ ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ପ୍ରଦାନ କରିଛନ୍ତି । ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡ୍ କୁ ଅପ ବ୍ଯବହାର କରିବା ସହ ପ୍ରିୟାପ୍ରୀତି ନୀତି ଅବଲମ୍ବନ କରୁଛନ୍ତି। ରାସନ୍ କାର୍ଡ ନିଜ ଲୋକଙ୍କୁ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛନ୍ତି ୱାର୍ଡ଼ ସଭ୍ଯ ସଭ୍ୟା ମାନେ । ପଞ୍ଚାୟତର ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ କୌଣସି ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କୁ ନ ପଚାରି ମନମୁଖୀ କାର୍ଯ୍ଯ କରିବା, କୋଭିଡ୍- ୧୯ କଟକଣା ସମୟରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବା, ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର ଭଳି ବହୁ ସଂଗୀନ ଅଭିଯୋଗ ଆଣି ସଭ୍ଯ ସଭ୍ଯା ମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଉପଜିଲ୍ଲାପାଳ ଏହି ଅନାସ୍ଥା ସମ୍ବନ୍ଧୀୟ ପତ୍ରକୁ ରଖି ତଦନ୍ତ କରି ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।ଏ ନେଇ ସରପଞ୍ଚ ଅରୁଣ କୁମାର ମାଝୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଏ ସବୁ ଅଭିଯୋଗ ଭିତ୍ତିହୀନ, କିଛି ୱାର୍ଡ଼ ସଭ୍ଯ ସଭ୍ୟା ମୋତେ କାମ ଏବଂ ଘର ମାଗିଲେ ସେମାନଙ୍କୁ ନ ଦେବାରୁ ଏ ଭଳି ଅଭିଯୋଗ କରିଛନ୍ତି । ବେଗୁନିଆପଡ଼ା ପଞ୍ଚାୟତରେ ସର୍ବମୋଟ ୧୩ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ଅଛନ୍ତି । ଯଦି ଅନାସ୍ଥା ପ୍ରସ୍ତାବ ପର୍ଯ୍ଯନ୍ତ ୧୦ ସଦସ୍ୟ ଏକାଠି ରୁହନ୍ତି ତାହାହେଲେ ସରପଞ୍ଚ ପଦ ଯିବାଟା ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି।