ଶେରଗଡ,୦୯/୦୭(ପିପିଟି); ଶେରଗଡ ତହସିଲ ଅଧିନସ୍ତ ବିଭିନ୍ନ ନଦୀରୁ ପ୍ରତିଦିନ ଶହ ଶହ ଚୋରା ବାଲି ଚାଲାଣ ହେଉଥିବା ବେଳେ ଆଜି କିଛି ଅସାଧୁ ଦଲାଲ ଚୋରା ବାଲି ଚାଲାଣ କରୁଥିବା ବେଳେ ଏହାର ଖବର ପାଇ ଏହାକୁ ରୋକ ଲଗେଇବା ପାଇଁ ଶେରଗଡ ତହସିଲଦାର ଡ଼ ଦୟାସିନ୍ଧୁ ପରିଡ଼ାଙ୍କ ନେତୃତ୍ୱରେ ସଦଳ ବଳେ ଶେରଗଡ଼ ତହସିଲ ଅଧିନସ୍ତ ଅଲାରିଗଡ଼ ସର୍କଲରୁ ୧୦ ଟି ଗାଡ଼ିକୁ ଯାଞ୍ଚ କରିଥିଲେ। ସେଥିରୁ ୩ ଟି ବାଲି ଟ୍ରାକ୍ଟର ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଜଣା ପଡିଥିଲା। ଉକ୍ତ ୩ ଟି ଟ୍ରାକ୍ଟର ଗାଡ଼ି ରୁ ୧୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ।ତହସିଲଦାର ସୂଚନା ଦେଇଛନ୍ତି ।ଉକ୍ତ ଚଢ଼ାଉ ରେ ତହସିଲ ର ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )