ବେଆଇନ ବାଲି ଚାଲାଣ ଛାଡୁଛି ଶେରଗଡ଼ ଧରୁଛି ହିଞ୍ଜିଳି ।

0 449

ଶେରଗଡ଼,୧୨/୧୧(ପିପିଟି): ଶେରଗଡ ତହସିଲ ଅଧିନସ୍ତ ପିତ୍ତଳ ସନ୍ତୋଷପୁର ସର୍କଲର ତହଁର ରୁ ଆଜି ଭୋର ୪ ଟା ବେଳେ ଦୁଇ ଟି ବାଲି ବୋଝେଇ ଟ୍ରାକ୍ଟରକୁ ହିଞ୍ଜିଳି ତହସିଲ ବୁରୁପଡା ସର୍କଲର ରାଜସ୍ୱ ନିରୀକ୍ଷକ ଜବତ କରିଥିବା ବେଳେ ଶେରଗଡ଼ ସନ୍ତୋଷ ପୁର ସର୍କଲର ନିରକ୍ଷକ କେମିତି ଜାଣି ପାରିଲେ ନାହିଁ। ପିତ୍ତଳ ସନ୍ତୋଷପୁର ସର୍କଲ ରାଜସ୍ବ ନିରକ୍ଷକ ବିଗତ ଦିନରେ ଅନେକ ପଥର ବୋଝେଇ ଟ୍ରାକ୍ଟରକୁ ରାତିଅଧିଆ ଆକ୍ରୋଶ ମୂଳକ ଧରି ଫାଇନ ଆଦାୟ କରୁଥିବା ବେଳେ ବାଲି ଚୋରା ଚାଲାଣକୁ କିପରି ଜାଣି ପାରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ବିଷୟ ପାଳିଟିଛି । ଶେରଗଡ଼ ତହସିଲର ଅନେକ ବାଳିଘାଟ ଲିଜ ଅବଧି ସାରିଯାଇଥିଲେ ମଧ୍ୟ ବେଆଇନ ଭାବେ ରାତାରାତି ବାଲି ଚାଲାଣ ହେଉଥିବା ବେଳେ ତହସିଲ କାର୍ଯ୍ୟାଳୟ ନିରବ ଦ୍ରଷ୍ଟା ସାଜିଥିବାରୁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ବାଲି ଘାଟ ଚାଲିଥିବା ସାଧାରଣରେ ଆଲୋଚନା ହେଉଛି ।

(ରିପୋର୍ଟ- ଭିକୁ ନାୟକ।)

Leave A Reply

Your email address will not be published.