ବେଆଇନ ଡିଜେଲ ଡିପୋ ଉପରେ ଧର୍ମଶାଳା ପୋଲିସର ଚଢାଉ, ୯୦ଲିଟର ଚୋରାତେଲ ଜବତ,୪ ଅଟକ ।

0 293

ଯାଜପୁର,୧୭/୦୬(ପିପିଟି): ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ପ୍ଲାଜା ସନ୍ନିକଟରେ ବେଆଇନ ଭାବେ ଚାଲୁଥିବା ଚୋରା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ । ଚଢାଉ ସମୟରେ ପାଖାପାଖି ୯୦ଲିଟର ଚୋରାତେଲ ଜବତକରାଯିବା ସହ ତେଲ ଡିପୋକୁ ସିଲ କରାଯାଇଛି । ଏଥିସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୪ଜଣଙ୍କୁ ଥାନାରେ ଅଟକରଖି ଅଧିକ ପଚରାଉଚରା କରୁଛି ଧର୍ମଶାଳା ପୋଲିସ । ଖବରରୁ ପ୍ରକାଶଯେ ଚୋରା ତେଲର ପେଣ୍ଠସ୍ଥଳୀ ପାଲଟିଛି ଶ୍ରୀରାମପୁର । ପାରାଦ୍ୱୀପରୁ ଆସୁଥିବା ବିଭିନ୍ନ ଟ୍ୟାଙ୍କରରୁ ଚୋରୀ କରି ତେଲମାଫିଆମାନେ ବିଭିନ୍ନ କ୍ରସରକୁ ଏହି ତେଲ ଚାଲାଣ କରିଥାନ୍ତି ।

Leave A Reply

Your email address will not be published.