ହିଞ୍ଜିଳିକାଟୁ,ତା-୨୨/୧୧(ପିପିଟି) ; ଆଜି ହିଞ୍ଜିଳିକାଟୁରେ ପୁଣି ଥରେ ବେଆଇନ ଗୋଚାଲାଣ ସକ୍ରିୟ ହୋଇ ଉଠିଛି। ପୂର୍ବ ଦିନ ମାନଙ୍କରେ ହିଞ୍ଜିଳି ପୋଲିସ ତରଫରୁ ବାରମ୍ବାର ଚଢ଼ଉ ହେତୁ ଗୋଚାଲାଣ ବନ୍ଦ ହୋଇଯାଇଥିଲା। ଅନ୍ୟାନ୍ୟ ଅଞ୍ଚଳରୁ ବହୁ ଚୋରା ବେପାରି ହିଞ୍ଜିଳି ଗୋରୁ ବେପାରରେ ଆସି ଗୋରୁ ହାଟରୁ ବ୍ୟାପକ ପରିମାଣର ଗୋରୁ ଚାଲାଣ କରିବାରେ ଏବେବି ସକ୍ରିୟ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ବାହାର ରାଜ୍ୟ ପର୍ଯ୍ୟନ୍ତ ଏହି ଗୋ ଚୋରା ବେପାର ର ରାକେଟ ଲମ୍ବିଥିବା ଶୁଣିବାକୁ ମିଳୁଛି । ଶନିବାର ଦିନ ଏକ ଅବୈଧ ଗୋ ଚାଲାଣ ହେଉଥିବାବେଳେ ହିଞ୍ଜିଳି ଥାନା ଅଧିକାରୀ ସୂଚନା ପାଇ ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ କଞ୍ଚୁରୁ ଠାରୁ ଏକ ବୋଲେରୋ ପିକଅପ ଗାଡି ନଂ ଓଡ଼ି୦୭ଏଇ୬୯୬୨ ଚଢ଼ଉ କରି ଧରିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ତଥା ଓଭରଲୋଡ଼ ହୋଇ ଚାଲାଣ ହେଉଥିବା ନଅ ଗୋଟି ଗାଈ ଜବତ କରିବା ସହ ସ୍ଥାନୀୟ ରାଳବ ଗୋଶାଳାରେ ଜିମା ଦେଇଥିଲେ । ଏହାକୁ କେନ୍ଦ୍ର କରି ହିଞ୍ଜିଳି ପୋଲିସ ଗାଡ଼ିକୁ ଜବତ କରିବା ସହ କେସ ନଂ ୪୨୦/୨୦ ମକଦ୍ଦମା ରୁଜୁ ସହ ତଦନ୍ତ ଜାରି ରଖିଛନ୍ତି।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)