ବେଆଇନ୍ ବାଲି ଚାଲାଣ, ୩୦ ହଜାର ଜରିମାନା ଆଦାୟ ।

0 280

କନ୍ଧମାଳ,୧୪/୦୫(ପିପିଟି): କନ୍ଧମାଳ ଜିଲା ଖଜୁରିପଡ଼ା ସଦରମହକୁମା ଠାରେ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଳୋକଙ୍କ ଠାରୁ ଫାଇନ୍ ଆଦାୟ କରିିଥିଲେ। ଏହି ସମୟରେ ବୌଦ୍ଧ ଜିଲାରୁ ବାଲିନେଇ ଖଜୁରିପଡ଼ା ଆସିଥିବା ଏକ ହାଇୱା ଟ୍ରକକୁ ପୁଲିସ୍ ଅଟକାଇଥିଲା। ଏନେଇ ତହସିଲଦାରଙ୍କୁ ପୁଲିସ ସୂଚନା ଦେଇଥିଲା। ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ଉକ୍ତ ହାଇୱା ଟ୍ରକକୁ (ନଂ: ଓଡ଼ି୧୫ଏମ୍ ୯୫୮୮) ଗାଡିକୁ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରିଥିଲେ। ସେହିପରି ସୁଡୁରୁକୁମ୍ପା ରାସ୍ତାରେ ତୁମୁଡ଼ିବନ୍ଧ ଯାଉଥିବା ଅନ୍ୟଏକ ଟିପର ଗାଡ଼ି (ନ: ଓଆର୍୧୨ବି୨୭୭୪)ରୁ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି। ସେହିଭଳି ପୁଲିସ୍ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିିଭିନ୍ନ ସ୍ଥାନରେ ଚଢାଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛି। ସେହିଭଳି ଆଜି ବଜାର ମଧ୍ୟରେ ଅନେକ ଦୋକାନରେ ଗହଳି ହୋଇଥିବା ବେଳେ ସେମାନଙ୍କୁ ତହସିଲଦାର ତାଗିତ୍ କରିବା ସହିତ ସତର୍କ କରାଇଛନ୍ତି। ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର , ଏସ୍ଆଇ ଉଦ୍ଧବ ଯାନୀ, ବିକାଶ କୁମାର ମଲିକ ଓ ଏଏସ୍ଆଇ ଶଙ୍କର ପାଢୀ ପ୍ରମୁଖ ସହରର ବିିଭିନ୍ନ ସ୍ଥାନରେ ବୁଲି ଅମାନିଆଙ୍କ ସାବାଡ଼୍ କରିଥିଲେ। ଫୁଲବାଣୀ ସଦର ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.