ମାଲକାନଗିରି,ତା:୦୩/୧୦(ପିପିଟି); କରୋନା ସଂକ୍ରମିତ ସମୟରେ ବୁଢା ବୁଢିଙ୍କ ଯତ୍ନ ନେବା ଆମର କର୍ତ୍ତବ୍ଯ । ମାନବ ସେବା ହିଁ ମାଧବ ସେବା । ଏହି ମର୍ମକୁ ଆତ୍ମଚିନ୍ତନ କରି ସମାଜରେ ଅବହେଳିତ ବୃଦ୍ଧ ବୃଦ୍ଧାଙ୍କ ସ୍ବାସ୍ଥ୍ଯର ଉନ୍ନତି ଲାଗି ଦୁଇ ଜଣ ସମାଜ ସେବୀ ନିଜ ଖର୍ଚ୍ଚରେ ଏମଭି-୬ ଗ୍ରାମରେ ସ୍ବସ୍ଥ୍ଯ ବର୍ଦ୍ଧକ ହୋମିଓପ୍ଯାଥିକ ଟନିଂ, ମାସ୍କ ଏବଂ ସାବୁନ ବଣ୍ଟନ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ସମାଜସେବୀ ତଥା ହୋମିଓପ୍ଯାଥିକ ଡା. ବିଜୟ କୁମାର ବିଶ୍ବାସ ଏବଂ ବରିଷ୍ଠ ସାମ୍ବାଦିକ ତଥା ମାନବବାଦୀ ହେତୁବାଦୀ ସଂଗଠର ସଭାପତି କେଶବ ଚନ୍ଦ୍ର ନାୟକଙ୍କ ମିଳିତ ଉଦ୍ଯମରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି -୬ ଗ୍ରାମରେ ପହଞ୍ଚି ସ୍ଥାନୀୟ ବୃଦ୍ଧ ବୃଦ୍ଧାମାନଙ୍କୁ ମାଗଣାରେ ସ୍ବାସ୍ଥ୍ଯ ବର୍ଦ୍ଧକ ହୋମିଓପାଥିକ ଟନିଂ,ମାସ୍କ ଏବଂ ସାବୁନ ବଣ୍ଟନ କରିଛନ୍ତି । ସମାଜରେ ବୁଢାବୁଢିମାନେ ବୟସାଧିକ୍ଯ କାରଣରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଶିକାର ହେଉଥିବା ବେଳେ ରକ୍ତରେ ହେମୋଗ୍ଲୋବିନ ମାତ୍ରା ହ୍ରାସ ପାଇ ଦୁର୍ବଳ ଅନୁଭବ କରିଥାନ୍ତି ।ବସିବା ଉଠିବାରେ ମଧ୍ଯ କ୍ଲାନ୍ତ ଅନୁଭବ କରିଥାନ୍ତି । ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଦ୍ରୁତ ହ୍ରାସ ପାଇଥାଏ । କରୋନା ସମରେ ବୁଢା ବୁଢିମାନଙ୍କୁ କରୋନା ଆକ୍ରାନ୍ତ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେମାନଙ୍କ ସ୍ବାସ୍ଥ୍ଯର ଉନ୍ନତି ପାଇଁ ଭିଟାମିନ ଯୁକ୍ତ ଟନିଂ ବଣ୍ଟନ କରାଯାଇଥିବା ବେଳେ କରୋନା ଭୂତାଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହା ସହ ଖାଇବା ପୂର୍ବରୁ ହାତ ସାବୁନରେ ଧୋଇ ଜୀବାଣୁ ମୁକ୍ତ କରିବା ପାଇଁ ପ୍ରତ୍ଯେକ ବୁଢାବୁଢିଙ୍କୁ ସାବୁନ ମଧ୍ଯ ମାଗଣାରେ ବଣ୍ଟନ କରାଯାଇଥିଲା । ଡ. ବିଜୟ କୁମାର ବିଶ୍ବାସ ଏବଂ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ କରୋନା ସଂପର୍କରେ ବୁଢା ବୁଢିଙ୍କୁ ବୁଝାଇବ ସହ ସ୍ବସ୍ଥ୍ଯର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଆଦିବାସୀ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ଯ ସମସ୍ଯା ଲଗିରହିଥିବା ବେଳେ ସଚେତନତା ଅଭାବରୁ ଲୋକମାନେ ଅଧିକାଂଶା ଲୋକ ଅକାଳରେ ମୃତ୍ୟୁ ମୁଖରେ ପଡିଥାନ୍ତି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)