ବୃଦ୍ଧାଶ୍ରମରେ ସମାରୁଙ୍କ ଦେହାନ୍ତ, ସମାଜସେବୀଙ୍କ ଦ୍ବାରା ଶବ ସଂସ୍କାର ।

0 132

ମାଲକାନଗିରି ,ତା:୦୮/୦୬(ପିପିଟି);ଆଜି ସକାଳ ୫ ଘଟିକା ସମୟରେ ମାଲକାନଗିରି ସଦର ମହାକୁମା ସ୍ଥିତ ସେତୁ ବୃଦ୍ଧାଶ୍ରମରେ ରହି ଆସୁଥିବା ସମାରୁ କୁମାର ବାଗ, (୬୮)ମୃତ୍ୟୁ ବରଣ କରିଛନ୍ତି । ତାଙ୍କର କେହି ଆତ୍ମୀୟ ସ୍ବଜନ ନଥିବାରୁ କିଛି ସମାଜସେବୀ ତାଙ୍କ ମର ଶରୀରକୁ ଶ୍ମଶାନରେ ସଂସ୍କାର କରି ମାନବ ପଣିଆର ବିରଳ ପରିଚୟ ସୃଷ୍ଟି କରିଛନ୍ତି । ସମାରୁ କୁମାର ବାଗ କୋରୁକୋଣ୍ଡା ଗ୍ରାମର ନିବାସୀ । ତାଙ୍କର କୌଣସି ପୁତ୍ର ନଥିଲା । ଗୋଟିଏମାତ୍ର ଝିଅ । ଝିଅ ର ବିବାହ ପରେ ସମାରୁ ଓ ତାଙ୍କ ସ୍ତ୍ରୀ ମଙ୍ଗୁଳି ବାଗ ୨୦୧୬ ମସିହାରେ ଉଭୟ ସେତୁ ବୃଦ୍ଧାଶ୍ରମରେ ଆଶ୍ରୟ ନେଇ ଥିଲେ । ଏହି ବୃଦ୍ଧାଶ୍ରମଟିକୁ ଦୀପକ ଭଞ୍ଜନ ଦାସ, ଜୟପୁରର ଜଣେ ସ୍ବେଛାସେବୀ ୨୦୧୬ରେ ମାଲକାନଗିରି ସ୭ର ମହକୁମା ଠାରେ ଏକ ଭଡା ଘରେ ଶୁଭାରମ୍ଭ କରିଥିଲେ । କୌଣସି ସରକାରୀ ଅନୁଦାନ ନ ମିଳିବାରୁ ବହୁତ କଷ୍ଟ ରେ ଆଶ୍ରମ ଚଲାଉ ଥିଲେ
। ଦିନ ହଠାତ ସମାଜ ସେବୀ କେ ଦେଶି ରାଜୁ ଅଚାରୀ ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେ ତାଙ୍କର ସମସ୍ତ ଅସୁବିଧା ରାଜା ଭାଇଙ୍କୁ କହିଲେ । ସେହି ଦିନ ରୁ ଦୀର୍ଘ ୨ ବର୍ଷ ଧରି କେ. ଦେଶିରାଜୁ ଅଚାରୀ ଏହି ଆଶ୍ରମର ସମସ୍ତ ଭଲ ମନ୍ଦ ବୁଝି ଆସୁଛନ୍ତି । ମାଲକାନଗିରି ଜିଲ୍ଲାର ଏକମାତ୍ର ରାଜା ଭାଇ ଯିଏ କି, ଜଣେ ନିସ୍ଵାର୍ଥ ସମାଜ ସେବୀ ତାଙ୍କର ସମସ୍ତ ବନ୍ଧୁ ବାନ୍ଧବ, କିଛି ସରକାରୀ ଓ ବେସରକାରୀ ସାଙ୍ଗ ସାଥି ମାନଙ୍କ ସହ ଯୋଗରେ ଏହି ଆଶ୍ରମର ସେବା କରିପାରୁଛନ୍ତି । ହଠାତ ଗତ ୪.୬.୨୦୨୧ ତାରିଖ ଦିନ ସମାରୁ କୁମାର ବାଗଙ୍କ ଦେହ ଅସୁସ୍ଥ ହେଲା । ହାତ ଗୋଡ଼ ବିନ୍ଧା ଓ ଦୁର୍ବଳ ଅନୁଭୂତ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଗଲା । ଚିକିତ୍ସା ପରେ ଡାକ୍ତର ଗତ କାଲି ତା ୭.୬.୨୯୨୧ ସନ୍ଧ୍ୟାରେ ଛୁଟି ଦେଇ ଦେଲେ ଏବଂ କହିଲେ ତାଙ୍କୁ ପାରାଲେସିସ ହୋଇଛି କହି କିଛି ଔଷଧ ଦେଇ ଛୁଟି ଦେଇଥିଲେ । ଫଳରେ ଆଜି ସକାଳେ ୫ ଘଟିକା ସମୟରେ ସମାରୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କେ, ଦେଶି ରାଜୁ ଅଚାରୀ ମହାପାରାୟଣ ଗାଡିରେ ମୃତ୍ୟୁ ଦେହକୁ ଶ୍ମଶାନକୁ ନେଇ ସମାରୁଙ୍କ ଅନ୍ତିମ ସଂସ୍କାର କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ପର୍ଶୁରାମ, ଦୁଃଖୀ, ରମ୍ୟ ରଞ୍ଜନ ପରିଡା ଓ ବିନାଶ ମିଶ୍ରଙ୍କ ଶିଷ୍ଯମାନେ ସହଯୋଗ କରି ଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.