ବୁଗୁଡା,୧୫/୧୨(ପିପିଟି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ବୁଗୁଡା ବ୍ଲକ ବାଲିପଦର, କଳମ୍ବ,ଏ. କରଡାବାଡ଼ି ଓ ପୋଚାଲୁଣ୍ଡି ଚାରି ଗୋଟି ପଞ୍ଚାୟତରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ହିତାଧିକାରୀ ମାନଙ୍କୁ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ କରିବା ସହ ରାମଗଡ଼ ଓ ପୋଚାଲୁଣ୍ଡି ଗ୍ରାମର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।