ବୀରମହାରାଜପୁର ରେ ସ୍ବଚ୍ଛ ଭାରତ ମିଶନ ନାଁରେ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ;ରାସ୍ତାକଡ ପାଲଟିଛି ଆବର୍ଜନା ପାହାଡ ।

0 234

ଉଲୁଣ୍ଡା,୧୬/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ପ୍ରହସନ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ବସଷ୍ଟାଣ୍ଡ,ଦୈନିକ ବଜାର, କେନ୍ଦୁପାଲି ରାସ୍ତା,ଚମ୍ପାପୁର ଛକ , ବ୍ଳକ କଲୋନୀ,ଗୁନିପଡା,ରଥିପଡା ସହ ବ୍ଳକର ବିଭିନ୍ନ ଗାଁ ମୁଣ୍ଡରେ ଆବର୍ଜନା ଭର୍ତ୍ତି ହୋଇ ରହିଛି। ସରକାର ସ୍ବଚ୍ଛ ଭାରତ ମିଶନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବୀରମହାରାଜପୁର ରେ ସରକାରୀ ଯୋଜନା ବିପର୍ଯ୍ୟସ୍ତ ଅବସ୍ଥା ଅସନ୍ତୋଷ କାରଣ ପାଲଟିଛି । ଗ୍ରାମାଞ୍ଚଳ ରେ ମଧ୍ୟ ଲୋକେ ଖୋଲାରେ ମଳତ୍ୟାଗ କରୁଛନ୍ତି। ପ୍ରତ୍ୟେକ ଗ୍ରାମ ମୁଣ୍ଡରେ ଆବର୍ଜନା କୁଣ୍ଡ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଗ୍ରାମର ଅନେକ ଦୂରରେ ରହିଛି। ଯାହା ଫଲରେ ଲୋକେ ଏଣେତେଣେ ମଇଲା ଆବର୍ଜନା ପକାଉଛନ୍ତି। ଅନ୍ୟପକ୍ଷରେ ଏମାନଙ୍କୁ ସଚେତନତା କରିବା ପାଇଁ ଗାଁରେ ମୋଟିଭେଟର ନିଯୁକ୍ତ ହୋଇ ସରକାରଙ୍କ ଠାରୁ ପାରିଶ୍ରମିକ ମଧ୍ୟ ନେଉଛନ୍ତି। କିନ୍ତୁ ସ୍ବଚ୍ଛ ଭାରତ ମିଶନ ଫେଲ ମାରିବା ଅସନ୍ତୋଷର କାରଣ ହୋଇଛି। ବୀରମହାରାଜପୁର ରେ ସ୍ବଚ୍ଛ ମିଶନ ବିଭାଗ କୈାଣସି ସଚେତନତା କାର୍ଯ୍ୟକ୍ରମ ନକରି କେବଳ କାଗଜ କଲମରେ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ ଗସ୍ତ ଖର୍ଚ୍ଚ,ସଭା ସମିତି ଆୟୋଜନ ନାଁ ରେ ବିଲ କରି ଅର୍ଥ ଆତ୍ମାସାତ କରୁଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଅଭିଯୋଗର ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.