ବୀରମହାରାଜପୁର ବ୍ଲକରେ ମନରେଗା ଜନଶୁଣାଣୀ ଶିବିର ।

0 249

ଉଲୁଣ୍ଡା,୧୬/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲା ସମୀକ୍ଷକ ସୁବ୍ରତ ମହାକୁର ଓମ୍ବୁସେସ ବାବୁଲାଲ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ,ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ମନରେଗା ବ୍ଲକ ଉପଦେଷ୍ଟା କମିଟି ସଦସ୍ୟ କିଶୋର ହୋତା, ପ୍ରଭଂଜନ କର୍ମୀ ପ୍ରମୁଖ ଯୋଗଦେଇ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ବ୍ଲକର ୨୮୯ ଟି ପରିବାର ର ୧୦୦ ଦିନର କାମ ପୂରଣ କରିଥିବା ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ, ଜଙ୍ଗଲ ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ, ଜଳଛାୟା,ମୂର୍ତ୍ତିକା ସଂରକ୍ଷଣ ବିଭାଗ ଗ୍ରାମ ସରୋଜଗାର ଅଧିକାରୀ, ଭି ଆର. ପି, ଶ୍ରମିକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସମିତ ମହାକୁର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.