ବୀରମହାରାଜପୁରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମନ୍ତ୍ରୀ ପଦ୍ମନାଭ ବେହେରା ।

0 281

ଉଲୁଣ୍ଡା,୩୦/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଗତକାଲି ରାଜ୍ୟ ବାଣିଜ୍ୟ ପରିବହନ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଅନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଛନ୍ତି । ପ୍ରଥମେ ସେ କାନପୁର ଛକ ଠାରେ ଏକ ଯାତ୍ରୀ ବିଶ୍ରାାମାଗାର ଏବଂ ପ୍ରାଣୀ ଚିକିତ୍ସାଲୟ ସମ୍ମୁଖରେ ଶିଶୁ ଉଦ୍ୟାନ, ୧୮ ଲକ୍ଷ ଟଙ୍କାରେ ନିର୍ମିତ ନୂତନ ରାଜସ୍ବ ଗୃହକୁ ଉଦଘାଟନ କରିଥିଲେ ।ବୀରମହାରାଜପୁର ମହାବିଦ୍ୟାଳୟର ନିଜସ୍ୱ ୱେବ ସାଇଟ,ଷ୍ଟାଫ କମନ କୋଠା ଗୃହ ଉଦଘାଟନ ଏବଂ କଲେଜ ମୁଖ୍ୟ ଫାଟକରେ ତୋରଣ  ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ବୀରମହାରାଜପୁର ଉପ ଜିଲ୍ଲପାଳ ଅଶୋକ କୁମାର ଭୋଇ, ବିଡିଓ ମୋତିଲାଲ ସୁଲିଆ, ବୀରମହାରାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମେହେର ପରିଚଳନା କମିଟି ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରି, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରଥ, ମୁରଲୀଧର ହୋତା, ସରପଞ୍ଚ ସଂଘ ସଭାପତି ଶ୍ରୀୟା ମହାକୁର, ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ, ଆଇନଜୀବୀ ଶ୍ରୀନିବାସ ଚାନ୍ଦ, କିଶୋର ହୋତା ପ୍ରମୁଖ ଯୋଗ ଦେଇଥିଲେ । କଲେଜ ଠାରେ ଆୟୋଜିତ ସଭାରେ ଅଧ୍ୟାପକ ପ୍ରକାଶ କୁମାର ସେଠ ସଭା ପରିଚାଳନା କରିଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ ଧନ୍ୟବାଦ ଦେଇଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.