ବୀରତ୍ୱ ପାଇଁ କାଳିମେଘି ଗାଁ ପୁଅ ପ୍ରକାଶ ପାଇଲେ ରାଷ୍ଟ୍ରପତି ପଦକ ।

0 328

କୋଦଳା,୨୮/୦୭(ପିପିଟି): ନିଜ ଜୀବନ କୁ ବାଜି ରେ ଲଗାଇ ଦେଶ ମାତୃକା ପାଇଁ ବୀରତ୍ୱ ଦେଖାଇ ଆତଙ୍କବାଦୀଙ୍କ ସହିତ ସମ୍ମୁଖ ଯୁଦ୍ଧ କରି ୩ ଜଣଙ୍କୁ ନିହତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ ପ୍ରାପ୍ତ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ କାଳିମେଘି ଗ୍ରାମ ନିବାସୀ ବିପ୍ର ଚରଣ ପଣ୍ଡାଙ୍କ କନିଷ୍ଠ ପୁତ୍ର ପ୍ରକାଶ ଚନ୍ଦ୍ର ପଣ୍ଡା ୨୦୦୪ ମସିହାରୁ ଛତିଶଗଡ଼ କେନ୍ଦ୍ରୀୟ ରିଜର୍ବ ପୋଲିସ ବଳ ରେ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୧୬/୦୫/୨୦୧୯ ଶ୍ରୀନଗର ଏକ ଏପୁଲ ବଗିଚାରେ ୬ ରୁ ୭ ଜଣ ଆତଙ୍କୀବାଦୀ ଲୁଚିରହିଥିବା ଜାଣିପାରୀ ଆର ଆର ଆର୍ମି ୧୭୮ ସିଆରପିଏଫ କାମାଣ୍ଡେଣ୍ଟ ଅନିଲ କୁମାର ବ୍ରିକସଙ୍କ ନେତୃତ୍ୱରେ ଏକ ଟିମ ସମ୍ମୁଖ ଯୁଦ୍ଧକୁ ବାହାରିଥିଲେ !ମୁହାଁମୁହିଁ ଘମାଘୋଟ ଲଢେଇ ପରେ ୩ ଆତଙ୍କବାଦୀଙ୍କୁ ମାରିବାରେ ଏହି ଟିମ ସକ୍ଷମ ହୋଇଥିଲେ । ଏହି ଲଢେଇରେ ପ୍ରକାଶଙ୍କ ଅସାଧାରଣ ପରାକ୍ରମ ପରାକାଷ୍ଠା ଦେଖାଇଥିବାରୁ ଓଡିଶା ମାଟି ତଥା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ଗ୍ରାମର ଗର୍ବ ଓ ଗୌରବ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ସିଆରପିଏଫ ଡିଜି କୁଲବୀର ସିଂ ଙ୍କ ଉପସ୍ଥିତିରେ ଦେଶର ରାଜଧାନୀ ଦିଲ୍ଲୀର ବସନ୍ତ କୁଞ୍ଜ ଠାରେ ୨୭/୦୭/୨୦୨୨ ରେ ସମ୍ମାନ ଜନକ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ପ୍ରକାଶଙ୍କ ବୀରତ୍ୱ ଗାଥାରେ ଶୁଭେଚ୍ଛାର ଶୁଅ ଛୁଟିଛି ।

(ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.