ବୀମା ରାଶି ପାଇଁ ହଟହଟା !

0 319

ପଦ୍ମପୁର,୨୯/୦୮(ପିପିଟି); ଚାଷୀ କେତେ କଷ୍ଟ ସହ୍ୟ କରି ମୁଠାଏ ଅନ୍ନ ସାରା ପୃଥିବୀ କୁ ଯୋଗାଇ ଆସୁଛିା ହେଲେ ତାଙ୍କ ପାଇଁ କେହି ନାହାନ୍ତି କହିଲେ ଚଳେ । ଦୁଃଖର ଓ ପରିତାପର ବିଷୟ ଏହିଯେ ୨୦୧୯ ମସିହାର ବିମାରାଶିକୁ ନେଇ ଖେଳି ଚାଲିଛି ଇନ୍ସୁରେନ୍ସ କମ୍ପାନୀା ଅଦ୍ଦ୍ୟାବଧି ଚାଷୀ କୂଳ ବିମାରାଶି ପାଇବାରୁ ବଞ୍ଚିତ। ଏ ପରିପ୍ରେକ୍ଷୀ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ରସମୁଣ୍ଡା ଗ୍ରାମ ଠାରେ ଲଖମରା,ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ର ଚାଷୀ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛିା୨୬.୮.୨୦୨୦ ଦିନ ଦିନ ଚାଷୀସଂଘର କେତେକ କର୍ମକର୍ତ୍ତା ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଲିଖିତ ଭାବେ ବୀମା ରାଶି ସମ୍ପର୍କ ରେ ଅବଗତ କରିଛନ୍ତି । ଯଦି ୩୧ ଅଗଷ୍ଟ ମଧ୍ୟରେ ଚାଷୀକୂଳ ଯଦି ବୀମାରାଶି ପାଇ ପାରିବେ ନାହିଁ ତେବେ ଆଗାମୀ ଦିନରେ ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ପ୍ରସ୍ତାବ ନିଆ ଯାଇଛି ବୋଲି ଚାଷୀନେତା ସର୍ବଶ୍ରୀ ବିଶ୍ୱନାଥ ରଣା, ଉମାକାନ୍ତ ପଟେଲ, ପୁଷ୍କର ବରିହା, ସୌଦାଗର ପ୍ରଧାନ, ବିନୋଦ ବିହାରୀ ବିଶ୍ୱାଳ, ଦହିତ ସାହୁ ଅଶ୍ୱନୀ ପଟେଲ , ମୌତ୍ରି ପ୍ରଧାନ ପ୍ରମୁଖ ଜଣାଇଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.