ଭଞ୍ଜନଗର,୧୮/୦୮(ପିପିଟି): ତାରସିଂ ଥାନା ଗାଲେରୀ ଫାଣ୍ଡି ଅଧିନ ରାଇଗୋଛା ଗ୍ରାମର ସୁଶାନ୍ତ ନାୟକଙ୍କ ପତ୍ନୀ ମିଲି ନାୟକ(୨୫)ଙ୍କର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି।ସୂଚନା ମୁତାବକ ମିଲି ଘରେ ଶୋଇଥିବା ବେଳେ ଆଜି ଭୋର ପ୍ରାୟ ୪ଟା ସମୟରେ ଗୋଟିଏ ସାପ ତାଙ୍କୁ କାମୁଡ଼ି ସେଠାରୁ ଚାଲି ଯାଇଥିଲା। ମିଲିର ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ସାଢ଼େ ଦଶଟା ସମୟରେ ତାର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଖବର ପାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଏଖବର ଶୁଣି ପରିବାରରେ ଦୁଃଖ ଓ ଶୋକ ପ୍ରକାଶ ପାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post