ବିଷଧର ସାପ କାମୁଡ଼ାରେ ଶିକ୍ଷକ ଗୁରୁତର ।

0 268

ମାଲକାନଗିରି,୨୧/୦୭(ପିପିଟି): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ନୂଆ ଟେକପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ମାଝି ,ସ୍କୁଲ ରୋଷେଇ ଘର କବାଟ ବନ୍ଦ କରୁଥିବା ସମୟ ରେ ଏକ ଚିତି ସାପ କାମୁଡି ଦେଇଥିଲା । ସୂଚନା ପାଇ ଉକ୍ତ ଗ୍ରାମର ଲୋକମାନେ ତୁରନ୍ତ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ । ଗତ ତିନି ଦିନ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି । ତିନି ଦିନ ପରେ ସଂପୂର୍ଣ୍ଣ ସୁସ୍ଥ ହେଲା ପରେ ଘରକୁ ଯିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଠିକ ସମୟ ରେ ନୂଆ ଟେକପଦର ଗ୍ରାମବାସୀ ଶିକ୍ଷକ ଅଜିତ କୁମାର ମାଝିଙ୍କୁ ମେଡିକାଲକୁ ଆଣି ସର୍ପ ଦଂଶନକୁ ଜୀବନ ବଞ୍ଚାଇ ଥିବାରୁ ଶିକ୍ଷକମାନେ ଗ୍ରାମବାସୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାମଗିରି)

Leave A Reply

Your email address will not be published.