ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

0 385

କନ୍ଧମାଳ,୨୩/୦୮(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଭାଗୃହ ଠାରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ୱତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ସକାଳେ ଏକ ବାଇକ ରାଲି ଅନୂଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ବିଶ୍ୱହିନ୍ଦୁ ପରିଷଦର କେଦ୍ରିୟ ସାଧାରଣ ସମ୍ପାଦକ ମିଳନ୍ଦ ପାରାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ. ହିନ୍ଦୁ ଧର୍ମ ଓ ଗୋ ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ, ତାଙ୍କର ଅଵର୍ତମାନ ଆମ ସମସ୍ତଙ୍କ ପାଈଁ ଅପୂରଣୀୟ କ୍ଷତି, ଏଣୁ ସ୍ୱାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ କ୍ଷେତ୍ରୀୟ ସହ ସମ୍ପାଦକ ଗୌରୀ ପ୍ରସାଦ ବ୍ରହ୍ମ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ସପନ ଚକ୍ରବର୍ତି, ଓଡିଶା ପୂର୍ବ ସଂଗଠନ ସମ୍ପାଦକ ସ୍ୱାମୀ ଜୀଵନ ମୁକ୍ତାନନ୍ଦ ପୁରୀ, ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲାର ବିଭିନ୍ନ ଅଞ୍ଚଳରୁ ବିଏଚପି, ଓଏବିଭିପି, ବିଜେପି କର୍ମୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.