ବିଶ୍ୱ ସାକ୍ଷରତା ଦିବସ ପାଳିତ ।

0 340

ଭଞ୍ଜନଗର,୦୯/୦୯(ପିପିଟି): ଭଞ୍ଜନଗର ଶ୍ରୀ ବିହାର ଠାରେ ଡି଼.ଏ.ଭି ପିଟି.ଏସ୍.ଆର ପବ୍ଲିକ୍ ସ୍କୁଲ ପରିସରରେ ବିଶ୍ବ ସାକ୍ଷରତା ଦିବସ ଉପଲକ୍ଷେ ଲେଖକଙ୍କ ସହ ସାକ୍ଷାତ ଓ ବିଶ୍ବ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁନାମଧନ୍ୟ ଲେଖକ ପ୍ରଶାନ୍ତ କୁମାର ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ନାରାୟଣ ମହାରଣା ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ମୁଖ୍ୟ ଅତିଥି ମାନଙ୍କୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଡ଼ାକୁଆ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସସ୍ମୀତା ପଟ୍ଟନାୟକ ଓ ଜି. ସ୍ନିଗ୍ଧା ରାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ବାରା ନାଟକ,ସଙ୍ଗୀତ ପରିବେଷଣ କରାଯାଇଥିଲା।ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ପ୍ରଶ୍ନୋତ୍ତର, ସାକ୍ଷରତା ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଶିକ୍ଷକ ଗୋପାଳକୃଷ୍ଣ ଗୌଡ଼ ଧନ୍ଯବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.